କଟକ/ ନିରଞ୍ଜନ ଆଚାର୍ଯ୍ୟ: କଟକ ଚାଉଳିଆଗଞ୍ଜ ଥାନାରେ ଏକ ଅଭାବନୀୟ ଘଟିଯାଇଛି। ଖବରରୁ ପ୍ରକାଶ ଯେ ଚାଉଳିଆଗଞ୍ଜ ଥାନା ଅଧିକାରୀଣୀ ବିୟୁଟି ମହାନ୍ତି ରାତିରେ ଡିଉଟି ସାରି ନିଜ ରେଷ୍ଟ ରୁମ କୁ ବିଶ୍ରାମ ନେବାକୁ ଯାଇଥିଲେ। କିନ୍ତୁ ସକାଳୁ ଥାନାରେ ଥିବା ବିଭିର୍ନ କାର୍ଯ୍ୟ ବିଷୟରେ ବୁଝିବାକୁ ନ ଆସିବାରୁ ଅଧସ୍ତନ କର୍ମଚାରୀ ତାଙ୍କ ପାଖକୁ ଯାଇଥିଲେ | କିନ୍ତୁ ସେ କବାଟ ଖୋଳିନଥିଲେ କି ଜବାବ ମଧ୍ୟ୍ୟ ଦେଇନଥିଲେ। ତେବେ କାର୍ଯ୍ୟରତ କର୍ମଚାରୀ ମାନେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏହା ଜଣାଇବା ପରେ ସେହି ଘରର କବାଟ ଭଙ୍ଗାଯିବା ସହ ଥାନା ଅଧିକାରୀଣି ଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ କୁ ପଠାଯାଇଥିଲା| କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବିୟୁଟି ମହାନ୍ତି ଏକ ମେଳାପୀ କର୍ମନିଷ୍ଠ ଅଫିସର କଥା କମିଶନରେଟ ପୋଲିସ ପକ୍ଷରୁ କୁହାଯାଉଥିବା ବେଳେ ଅପର ପକ୍ଷରେ ତାଙ୍କ ଭାଇ ଓ ଭଉଣୀ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି କହିଛନ୍ତି |
ରାଜ୍ୟ
କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀଣି ଙ୍କ ସନ୍ଦେହଜନକ ମୁତ୍ୟୁ
- Hits: 12







