ହେଡଲାଇନସ୍:

ଜିଲ୍ଲାସ୍ତରୀୟ ସ୍ତରୀୟ ମହିଳା ସାଇକେଲ ରାଲି ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ସାଇକେଲ ଦିବସ ଉପଲକ୍ଷେ ଆଜି ଗଜପତି ଜିଲ୍ଲା ମୁଖ୍ୟାଳୟରେ ଓଡ଼ିଶା ସାଇକ୍ଲିଂ ଆସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏକ ଜିଲ୍ଲା ସ୍ତରୀୟ ମହିଳା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି।
ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଏଥିରେ ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ତ୍ରିନାଥ ସାହୁ , ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଏବଂ ଓଡ଼ିଶା ସାଇକ୍ଲିଂ ଆସୋସିଏସନର ସଦସ୍ୟ ଶ୍ରୀ ପ୍ରଦ୍ୟୁମ୍ନ କୁମାର ବିଶୋଇ ଉପସ୍ଥିତ ରହି ସାଇକେଲ ବ୍ୟବହାରର ଆବଶ୍ୟକତା , ସ୍ୱାସ୍ଥ୍ୟ ଉପକାରିତା ଏବଂ ପରିବେଶ ସୁରକ୍ଷାରେ ଏହାର ଗୁରୁତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ। ବର୍ଷା ସତ୍ତ୍ୱେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୧୦୦ ଉର୍ଦ୍ଧ୍ୱ ଜଣ ଛାତ୍ରୀ ଉତ୍ସାହର ସହ ଏହି ରାଲିରେ ଅଂଶଗ୍ରହଣ କରିଥିଲେ।
ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶା ସାଇକ୍ଲିଂ ଆସୋସିଏସନ ପକ୍ଷରୁ ରାଲି ପାଇଁ ଆବଶ୍ୟକ ସମସ୍ତ ଅନୁସଙ୍ଗିକ ବ୍ୟବସ୍ଥା ସହ ପିଇବା ପାଣି ଓ ଜଳଖିଆର ବ୍ୟବସ୍ଥା କରାଯାଇଥିଲା। ଶେଷରେ ଶ୍ରୀ ପ୍ରଦ୍ୟୁମ୍ନ କୁମାର ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault