ରାୟଗଡ଼ ତା ୪.୭.୨୦୨୬: ରାୟଗଡ଼ ସଦର ବ୍ଲକ ଅନ୍ତର୍ଗତ କୁରୁମପେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ଦିନ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ବାସୁଦେବ ହୋତାଙ୍କୁ ପେଣ୍ଟା କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କୁରୁମପେଟା ଗ୍ରାମବାସୀ ସମ୍ବର୍ଦ୍ଧିତ କରିଛନ୍ତି । ଏହାସହିତ ପୂର୍ବତନ ସି ଆର ସି ସି ଉମାଶଙ୍କର ପଣ୍ଡା ଓ ବଦଳି ହୋଇଥିବା ଶିକ୍ଷକ ବୀରକିଶୋର ସୀଠଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରଧାନ ଶିକ୍ଷକ ଶ୍ରୀ ବିଭୂତି ଭୂଷଣ ରଥ, ବରେଣ୍ୟ ଅତିଥିରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଜେନା, ଅବସରପ୍ରାପ୍ତ ଏବିଇଓ ସୁବ୍ରତ କୁମାର ବେହେରା, ବିଦ୍ୟାଳୟ ସଭାପତି କ୍ରିଷ୍ଟାମା ବିଡିକା, ଦେଓପୂର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା କର, ପେଣ୍ଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ଗୌଡ଼ ସ୍ଥାନୀୟ ସି ଆର ସି ସି ଭି ରମେଶ ଦାସ ଏବଂ ଶ୍ରୀ ଦାମୋଦର ହୋତା ପ୍ରମୁଖ ଯୋଗଦେଇଥିଲେ। ବରିଷ୍ଟ ଶିକ୍ଷକ ତଥା ଏୟୁପିଟିଏଫ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଶ୍ରୀ ନିଳାଞ୍ଚଳ ମିଶ୍ର ଏଥିରେ ସଭାପତିତ୍ୱ କରିଥିଲେ।
ମୁଖ୍ୟ ଅତିଥି ଓ ବରେଣ୍ୟ ଅତିଥି ବୃନ୍ଦ ଶ୍ରୀ ବାସୁଦେବ ହୋତାଙ୍କ ଶିଶୁ ସୁଲଭ ଗୁଣର ଉଚ୍ଚ ପ୍ରଶଂସା କରିବା ସହ ତାଙ୍କର ଆଗାମୀ ଜୀବନ ସୁଖମୟ ନିମନ୍ତେ କାମନା କରିଥିଲେ । ସଭାପତି ଶ୍ରୀ ମିଶ୍ର ସରକାରଙ୍କ ଅବହେଳା ଯୋଗୁଁ ଶ୍ରୀଯୁକ୍ତ ବାସୁଦେବ ହୋତା ବିନା ପଦୋନ୍ନତିରେ ଅବସର ନେଇଥିବା କହି ଏଭଳି ଶହ ଶହ ଶିକ୍ଷକ ନିଜ ଅଧିକାରରୁ ବଞ୍ଚିତ ହୋଇଥିବା ପ୍ରକାଶ କରିଛନ୍ତି । ଶିକ୍ଷାର ବିକାଶ ନିମନ୍ତେ ସରକାର ପ୍ରଥମେ ଶିକ୍ଷକଙ୍କ ସ୍ୱାର୍ଥରକ୍ଷା ଦିଗରେ ଚିନ୍ତା କରନ୍ତୁ ବୋଲି କହିଛନ୍ତି।
କର୍ମଚାରୀଙ୍କୁ ତାଙ୍କ ହକ୍ ପ୍ରଦାନ କଲେ ସମସ୍ତ କାର୍ଯ୍ୟ ସହଜରେ ସମାପନ ହୋଇଥାଏ । ଅପରପକ୍ଷେ ଜଣେ ଉତ୍ତମ ଶିକ୍ଷକ ଶିଶୁଙ୍କ ପାଇଁ ଆଦର୍ଶ, ଏଣୁ ପ୍ରଥମେ ନିଜ ଚରିତ୍ର ଉତ୍ତମ ରଖିବା ଆବଶ୍ୟକ । ଶ୍ରୀ ହୋତାଙ୍କ ଉତ୍ତମ ସ୍ୱଭାବ ଯୋଗୁଁ ସଭିଏଁ ପ୍ରଶଂସା କରିଥିବା ସେ କହିଥିଲେ । ଶେଷରେ ଅବସର ପ୍ରାପ୍ର୍ତ ଓ ବିଦାୟୀ ଶିକ୍ଷକଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନ ଶିକ୍ଷକ ଭାବେ ରଘୁନାଥ ସୁବୁଦ୍ଧି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ, ଶିକ୍ଷକ କାର୍ତ୍ତିକ ସାଉଁସିଆ ମଞ୍ଚ ପରିଚାଳନା କରିଥିଲେ ଓ ପ୍ରଦୀପ କୁମାର ପରିଡ଼ା, ଧନଲକ୍ଷ୍ମି କୋଟେଶା, ସୁରେଶ ପଟ୍ଟନାୟକ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ପରେ ଶିକ୍ଷାର୍ଥୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ରାଜ୍ୟ
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ହୋତା ସମ୍ବର୍ଦ୍ଧିତ
- Hits: 14







