ହେଡଲାଇନସ୍:

 ନକଲି ପାସପୋର୍ଟ , ୪୦ ଏକାଉଣ୍ଟ ,୩୦୦ କୋଟିର ହାୱାଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ (ଏଜେନ୍ସି ) :  ନକଲି ଭାରତୀୟ ପାସପୋର୍ଟ ଆଉ  ୪୦ଟି  ବ୍ୟାଙ୍କ ଏକାଉଣ୍ଟରେ କରିଥିଲେ ୩୦୦ କୋଟିର ହାୱାଲା କାରବର | ଏପରି ଜଣେ କରିତକର୍ମା ଚାଇନିଜ  ନାଗରିକଙ୍କୁ ଧରିଛି ଆଇଟି ବିଭାଗ | ଆଉ ଚଢ଼ାଉ କରିଛି ୨୧ରୁ ଉର୍ଧ୍ଵ ସ୍ଥାନରେ | 

ଆୟକର ବିଭାଗ ମଙ୍ଗଳବାର ଦିନ ଭାରତରେ ହାୱାଲା ନେଟୱାର୍କ ବ୍ୟବହାର କରୁଥିବା ଚାଇନାର କମ୍ପାନୀ ବା ଏଜେନ୍ସିଗୁଡିକର ଏକ ବଡ ଲୁକକାୟିତ ସିଣ୍ଡିକେଟର ସନ୍ଧାନ କରିଛି | । ଗୁପ୍ତଚର ଏଜେନ୍ସିଗୁଡ଼ିକର ଇନପୁଟ ପରେ ଆଇ-ଟି ବିଭାଗ ଦିଲ୍ଲୀ, ଗାଜିଆବାଦ ଏବଂ ଗୁରୁଗ୍ରାମର 21 ଟି ସ୍ଥାନରେ ସର୍ଚ୍ଚ କରି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏପର୍ଯ୍ୟନ୍ତ ଏଜେନ୍ସିଗୁଡିକ 300 କୋଟିରୁ ଅଧିକ ଟଙ୍କାର ହାୱାଲା ଅପରେସନ୍ ଉନ୍ମୋଚନ କରିଛନ୍ତି | କିନ୍ତୁ ଏକା ପ୍ରାୟ ୧୦୦୦ କୋଟି ରଙ୍କର ହେବ ବୋଲି ଆଶା କରାଯାଉଛି | ଆୟକର ବିଭାଗ ଦ୍ୱାରା ଗିରଫ ହୋଇଥିବା ଚାଇନାର ବ୍ୟକ୍ତିଙ୍କ ନାମ  ଲୁଓ ସାଙ୍ଗ ହୋଇଥିବା ବେଳେ  ସେ ଚାର୍ଲି ପାଙ୍ଗ ନାମରେ ଏକ ନକଲି ଭାରତୀୟ ପାସପୋର୍ଟ ଧରିଥିଲେ।

0
0
0
s2sdefault