ହେଡଲାଇନସ୍:

ଏ ଦଣ୍ଡରୁ ବଳେଇଗଲା ସେ ଦଣ୍ଡ | : କୋଭିଡ କେୟାର ସେଣ୍ଟରରେ ନିଆଁ , ୭ ମୃତ ୧୦ ଆହତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏ ଦଣ୍ଡରୁ ବଳେଇଗଲା ସେ ଦଣ୍ଡ | କୋଭିଡରୁ ମୁକ୍ତି ପାଇଁ ଆସିଥଲେ | ହେଲେ ନିଆଁରେ ଜୀବନ ବିପନ୍ନ |  ସୋମବାର (ଅଗଷ୍ଟ ୯ ) ସକାଳେ  ଆନ୍ଧ୍ରପ୍ରଦେଶର ବିଜୟୱାଡାର ହୋଟେଲ କମ COVID-19 କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି | ଏହି ଅଗ୍ନିକାଂଡରେ  ୭  ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୧୦  ଜଣ ଆହତ ହୋଇଛନ୍ତି | 

ସୂତ୍ରରୁ ଜଣାପଡିଛି ଯେ ସକାଳ ପ୍ରାୟ ୫  ଟା ସମୟରେ ଏହି ଘଟଣା ଘଟିଥିଲା। ଅଗ୍ନିକାଂଡ ପଛର କାରଣ ସର୍ଟ ସର୍କିଟ ହୋଇପାରେ, କିନ୍ତୁ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଜାଣିବାକୁ ମିଳିଛି ଯେ ଅଗ୍ନିକାଣ୍ଡ ଘଟିବା ସମୟରେ ପ୍ରାୟ ୩୦  COVID-19 ରୋଗୀ ବିଲଡିଂ ଭିତରେ ଉପସ୍ଥିତ ଥିଲେ। ହୋଟେଲରେ ଥିବା COVID-19 ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ହୋଟେଲରେ ଥିବା COVID-19 ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡରେ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ  ପ୍ରକାଶ କରି ଦୁର୍ଘଟଣାର କାରଣ ସମ୍ପର୍କରେ ପଚାରି ବୁଝିଥିଲେ । ଉଦ୍ଧାର କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେବା ସହ  ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଏହି ଦୁର୍ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। 

0
0
0
s2sdefault