ହେଡଲାଇନସ୍:

ଗୋଟିଏ ଦସ୍ତଖତରେ ଟ୍ରମ୍ପ ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ଦେଲେ ଝଟକା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୱାସିଂଟନ : "Today, I am signing an executive order to ensure that the Federal government lives by a very simple rule: Hire American.

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ କାର୍ଯ୍ୟନିର୍ବାହୀ ଆଦେଶ ବା ଗୋଟିଏ ଦସ୍ତଖତରେ ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ଦେଇଛନ୍ତି ବଡ ଝଟକା |   H1-B ଭିସା ଧାରକମାନଙ୍କ ପାଇଁ ଫେଡେରାଲ୍ ଚୁକ୍ତିନାମା ଉପରେ ଲଗାଇଛନ୍ତି କଟକଣା | ଆମେରିକୀୟଙ୍କ ବିକଳ୍ପ  ଭାବେ H1-B ଭିସାଧାରକଙ୍କ ନିଯୁକ୍ତି ଉପରେ ଲାଗିଛି ପ୍ରତିବନ୍ଧକ |  ଟ୍ରମ୍ପଙ୍କ ଏପରି ନିଷ୍ପତ୍ତି ସ୍ଵାଭାଵିକ ଭାବେ ଭାରତୀୟ ଆଇଟି ପ୍ରଫେସନାଲମାନଙ୍କ ଏକ ବଡ ଝଟକା |

ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରି ଫେଡେରାଲ ଏଜେନ୍ସିଗୁଡ଼ିକୁ ଫେଡେରାଲ ଚୁକ୍ତିନାମା ପାଇଁ H1-B ଭିସା ଧାରକ ନିଯୁକ୍ତ ଉପରେ କଟକଣା ଜାରି କରିଛନ୍ତି । ଏହାପୂର୍ବରୁ ଜୁନ୍ 23 ରେ ରାଷ୍ଟ୍ରପତି ଟ୍ରମ୍ପ 2020-ଶେଷ ପର୍ଯ୍ୟନ୍ତ ଅନ୍ୟ ପ୍ରକାରର ବିଦେଶୀ କାର୍ଯ୍ୟ ଭିସା ସହିତ H-1B ଭିସାକୁ ୨୦୨୦ ଶେଷ ପର୍ଯ୍ୟନ୍ତ  ସ୍ଥଗିତ ରଖିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଥିଲେ। କରୋନା ମହାମାରୀ ପରିପ୍ରେକ୍ଷୀରେ ଆମେରିକୀୟ ମାନଙ୍କ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ତାହା ଉଦ୍ଦିଷ୍ଟ ବୋଲି କହିଥିଲେ ଟ୍ରମ୍ପ ପ୍ରଶାସନ | ନୂତନ ପ୍ରତିବନ୍ଧକ ଜୁନ୍ 24 ରୁ ବି ଲାଗୁ ହେଲା |

ସୋମବାର ଟ୍ରମ୍ପ କହିଛନ୍ତି"ଆଜି ମୁଁ ଏକ କାର୍ଯ୍ୟନିର୍ବାହୀ ଆଦେଶରେ ଦସ୍ତଖତ କରୁଛି ଯେଉଁଥିରେ ଆମେରିକୀୟ ନିଯୁକ୍ତିକୁ ନିଶ୍ଚିତ କରାଯିବ | ଶସ୍ତା ବା କମ ପଇସାରେ କାମ କରିବା ପାଇଁ ଆମେରିକୀୟ ପ୍ରଫେସନାଲଙ୍କୁ ବରଖାସ୍ତ କରି ବିଦେଶୀ ପ୍ରଫେସନାଲଙ୍କ ନିଯୁକ୍ତିକୁ ବରଦାସ୍ତ କରାଯିବ ନାହିଁ " ବୋଲି ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଦେଇଛନ୍ତି |  H-1B ଭିସାକୁ କେବଳ ଉଚ୍ଚସ୍ତରରେ "ଆମେରିକୀୟମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯିବ, ଆମେରିକୀୟଙ୍କ ଚାକିରୀକୁ ଧ୍ବଂସ କରିବାକୁ ନୁହେଁ" ବୋଲି ଟ୍ରମ୍ପ ପ୍ରଶାସନ କହିଛି | ଟ୍ରମ୍ପ ପ୍ରଶାସନଙ୍କ ଏପରି ନିଷ୍ପତ୍ତି ଦ୍ୱାରା ଅନେକ ଭାରତୀୟ ପ୍ରଫେସନାଲ ପ୍ରଭାବିତ ହେବାର ଆଶଙ୍କା ରହିଛି | 

0
0
0
s2sdefault