ହେଡଲାଇନସ୍:

କଟକଣା  ଟିକେ ହେବ ହୁଗୁଳା: ରାତି ଖୋଲା ମେଲା, ଖୋଲିବ ଯୋଗକେନ୍ଦ୍ର ଆଉ ବ୍ୟାୟାମଶାଳା 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ହେଲା କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନଲକ-3 ମାର୍ଗଦର୍ଶିକା ଜାରି

  • ଆବଦ୍ଧାଞ୍ଚଳ ବାହାରେ କେତେକ କାର୍ଯ୍ୟକଳାପ ପାଇଁ ଅନୁମତି

  • ଅଗଷ୍ଟ 31 ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳରେ କଡାକଡି ଭାବେ କାର୍ଯ୍ୟକାରୀ ହେବ ଲକଡାଉନ

  • ରହିବନି ରାତ୍ରୀକାଳୀନ ଯାତାୟାତ କଟକଣା ଓ କର୍ଫ୍ୟୁ  

  • ଅଗଷ୍ଟ 31 ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ କୋଚିଙ୍ଗ ସେଣ୍ଟର ବନ୍ଦ

  • ଆସନ୍ତା ମାସ 5 ତାରିଖଠାରୁ ଖୋଲିବା  ଯୋଗ ପ୍ରତିଷ୍ଠାନ ଓ ଜିମ 

  • ସାମାଜିକ ଦୂରତ୍ଵ ସହ ପାଳନ କରାଯିବ ସ୍ଵାଧୀନତା ଦିବସ ସମାରୋହ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆବଦ୍ଧାଞ୍ଚଳ ବାହାରେ କେତେକ କାର୍ଯ୍ୟକ୍ରମ ଚାଲୁ କରିବା ପାଇଁ ଆଜି ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି । ଆସନ୍ତା ଅଗଷ୍ଟ ପହିଲାଠାରୁ ଲାଗୁ ହେବାକୁ ଥିବା ଅନଲକ-3ରେ କେତେକ କଟକଣାକୁ ପର୍ଯ୍ୟାୟକ୍ରମେ ଉଠାଇ ନିଆଯିବ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଉପଲବ୍ଧ ତଥ୍ୟକୁ ଆଧାର କରି ବିଭିନ୍ନ ମନ୍ତ୍ରଣାଳୟ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ନୂତନ ମାର୍ଗଦର୍ଶିକାର କେତେକ ମୌଳିକ ନିୟମଗୁଡିକ ହେଲା –

•    ରାତ୍ରୀକାଳୀନ ଯାତାୟାତ ଓ କର୍ଫ୍ୟୁକୁ ହଟାଇ ଦିଆଯାଇଛି

•    ଯୋଗ ପ୍ରତିଷ୍ଠାନ ଓ ବ୍ୟାୟାମଶାଳାଗୁଡିକୁ ଆସନ୍ତା ମାସ 5 ତାରିଖଠାରୁ ଖୋଲିବା ପାଇଁ ଅନୁମତି ପ୍ରଦାନ ଦିଆଯାଇଛି । ତେବେ ଏସଂକ୍ରାନ୍ତରେ ଏସଓପି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇ ସାମାଜିକ ଦୂରତ୍ଵକୁ ସୁନିଶ୍ଚିତ କରାଯିବ

•    ସ୍ଵାଧୀନତା ଦିବସ ସମାରୋହ ସାମାଜିକ ଦୂରତ୍ଵ ସହ ପାଳନ କରିବାକୁ ଅନୁମତି ଦିଆଯିବ । ଉଦାହରଣ ସ୍ୱରୂପ ସମାରୋହ ପାଳନ ସମୟରେ ମାସ୍କ ବ୍ୟବହାର କରିବାକୁ ପଡିବ । ଏସଂକ୍ରାନ୍ତରେ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମାସ 21 ତାରିଖ ଦିନ ଜାରି କରାଯାଇଥିବା ନିୟମାବଳୀକୁ ପାଳନ କରିବାକୁ ପଡିବ ।

•    ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହ ବିସ୍ତୃତ ଆଲୋଚନା ପରେ ସ୍କୁଲ, କଲେଜ ଓ କୋଚିଙ୍ଗ ସେଣ୍ଟରଗୁଡିକୁ ଅଗଷ୍ଟ 31 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । 

•    ବନ୍ଦେ ଭାରତ ମିଶନ ଅଧୀନରେ ଯାତ୍ରୀମାନଙ୍କୁ ବିମାନ ଯୋଗେ ବିଦେଶ ଯାତ୍ରାକୁ ଅନୁମତି ଦିଆଯାଇଛି ।  

•    ସମସ୍ତ କାର୍ଯ୍ୟକଳାପ ନିମ୍ନରେ ଦର୍ଶାଯାଇଥିବା ବିଷୟ ବ୍ୟତୀତ ଆବଦ୍ଧାଞ୍ଚଳ ବାହାରେ ଅନୁମତି ପ୍ରଦାନ କରାଯିବ 

*    ମେଟ୍ରୋ ରେଳ

*    ସିନେମା ହଲ, ସନ୍ତରଣାଗାର, ପ୍ରମୋଦ ଉଦ୍ୟାନ, ଥିଏଟର, ବାର, ଅଡିଟୋରିୟମ, ଆସେମ୍ବଲି ହଲ ଇତ୍ୟାଦି 

*    ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ଶୈକ୍ଷିକ, ସାଂସ୍କୃତିକ, ଧର୍ମସଭା ଓ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ବ୍ୟବସ୍ଥା 

ଏସବୁ ନିମନ୍ତେ ନିଷ୍ପତ୍ତି ପରବର୍ତ୍ତୀ ଅବସ୍ଥା ଦେଖି କରାଯିବ । 

•    ଆବଦ୍ଧାଞ୍ଚଳଗୁଡିକରେ ଲକଡାଉନ ନିୟମାବଳୀଗୁଡିକୁ ଅଗଷ୍ଟ 31 ପର୍ଯ୍ୟନ୍ତ କଡାକଡି ପାଳନ କରାଯିବ । କରୋନା ସଂକ୍ରମଣ ରୋକିବା ପାଇଁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନେ ଆବଦ୍ଧାଞ୍ଚଳଗୁଡିକୁ ଗୃହ ମନ୍ତ୍ରଣାଳୟର ନିୟମାନୁସାରେ ପୃଥକ ରଖିବେ । କେବଳ ଜରୁରୀକାଳୀନ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ କୌଣସିକୁ ଅନୁମତି ଦିଆଯିବ ନାହିଁ । 

•    ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଆବଦ୍ଧାଞ୍ଚଳ ସମ୍ପର୍କିତ ସମସ୍ତ ତଥ୍ୟ ଜିଲ୍ଲାପାଳଙ୍କ ୱେବସାଇଟରେ ସ୍ଥାନିତ କରାଯିବ । ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏ ସମ୍ପର୍କରେ ଅବଗତ ରହିବେ । 

•    ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷ ଆବଦ୍ଧାଞ୍ଚଳଗୁଡିକର କାର୍ଯ୍ୟକଳାପକୁ କଡାକଡି ଭାବେ ତଦାରଖ କରିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆବଦ୍ଧାଞ୍ଚଳଗୁଡିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ନିୟମାବଳୀଗୁଡିକୁ ତଦାରଖ କରାଯିବ । 

ରାଜ୍ୟଗୁଡିକ ଆବଦ୍ଧାଞ୍ଚଳଗୁଡିକର ବାହାରେ କାର୍ଯ୍ୟକଳାପଗୁଡିକ ଉପରେ ନିଷ୍ପତ୍ତି ନେବେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ପରିସ୍ଥିତିର ସମୀକ୍ଷା କରି ଆବଦ୍ଧାଞ୍ଚଳ ବାହାରେ କେଉଁ ବିଷୟରେ ଅନୁମତି ଦିଆଯିବ ବା ନ ଦିଆଯିବ ତାହା ସ୍ଥିର କରିବେ । ତେବେ ଆନ୍ତଃରାଜ୍ୟ ଓ ଅନ୍ତରାଜ୍ୟ ମଧ୍ୟରେ ଜନସାଧାରଣ ଜିନିଷପତ୍ର ନେବା ଆଣିବାରେ କୌଣସି ବାଧା ରହିବ ନାହିଁ । ଏପ୍ରକାରର ଚଳାଚଳ ନିମନ୍ତେ କୌଣସି ପ୍ରକାର ଅନୁମତିର ଆବଶ୍ୟକତା ପଡିବ ନାହିଁ । 

କୋଭିଡ-19 ପରିଚାଳନା ପାଇଁ ଉଦ୍ଦିଷ୍ଟ ନିୟମାବଳୀ ସାମାଜିକ ଦୂରତ୍ଵ ସୁନିଶ୍ଚିତ କରିବା ପାଇଁ ସମଗ୍ର ଦେଶରେ ଲାଗୁ ହେବ । ଦୋକାନଗୁଡିକ ଗ୍ରାହକମାନଙ୍କ ମଧ୍ୟରେ ଆବଶ୍ୟକ ସାମାଜିକ ଦୂରତ୍ଵ ରକ୍ଷା କରିବେ । ଜାତୀୟ ନିୟମାବଳୀ ପାଳନ ସମ୍ପର୍କରେ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ କଡାକଡି ଭାବେ ତଦାରଖ କରିବେ । 

65 ବର୍ଷରୁ ଉର୍ଦ୍ଧ୍ଵ ଏବଂ ବିଭିନ୍ନ ଜଟିଳ ବ୍ୟାଧି ଓ ସମସ୍ୟା ଭୋଗ କରୁଥିବା ଲୋକ, ଗର୍ଭବତୀ ମହିଳା, 10 ବର୍ଷରୁ କମ ଶିଶୁମାନଙ୍କୁ କେତେକ ବିଶେଷ ପରିସ୍ଥିତି ବ୍ୟତୀତ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଆରୋଗ୍ୟ ସେତୁ ମୋବାଇଲ ଆପ ବ୍ୟବହାରକୁ ପ୍ରୋତ୍ସାହନ ଦିଆଯିବ ।  

0
0
0
s2sdefault