ହେଡଲାଇନସ୍:

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇଲେ ରାଜ୍ୟପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଏସପି ହୁଇପ କରିବା ଆମେ ଜାଣିନୁ, ଆମେ କଂଗ୍ରେସ ସହ ଅଛୁ : ଲଖନ ସିଂ 

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡ଼କାଇବା ପାଇଁ ନିର୍ଦ୍ଦେଶ ଦେଲେ  ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର |  ରାଜ୍ୟ ସରକାରଙ୍କୁ ଆଜି ଉପରୋକ୍ତ ନିର୍ଦେଦେଶ ଦେବା ସହ  ବିଧାନସଭା ନଡାକିବାର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି  ରାଜ ଭବନ ପକ୍ଷରୁ କୁହାଯାଇଛି | 

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଆଜି ସକାଳେ କହିଥିଲେ ଯେ ରାଜ୍ୟପାଳଙ୍କୁ ଲେଖିଥିବା ଚିଠି ବିଷୟରେ ସେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ | " ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ରାଜ୍ୟପାଳଙ୍କ ଆଚରଣ ବିଷୟରେ କହିଥିଲି। ମୁଁ ତାଙ୍କ ସହ ସାତ ଦିନ ପୂର୍ବରୁ ଲେଖିଥିବା ଚିଠି ବିଷୟରେ ବି ଉଲ୍ଲେଖ କରିଥିଲି  |  

 ଅପରପକ୍ଷରେ ବିଏସପି ପକ୍ଷରୁ ଜାରି ହୋଇଥିବା ହୁଇପ ଉପରେ ମୁହଁ ଖୋଲିଛନ୍ତି ବିଏସପି ବିଧାୟକ |  ରାଜସ୍ଥାନ ବିଏସପି ବିଧାୟକ ଲଖନ ସିଂ କହିଛନ୍ତି ଯେ, "ଆମେ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ ଯେ ସେମାନେ (ବିଏସପି) ନୋଟିସ ଜାରି କରିଛନ୍ତି | ହେଲେ ଆମେ ପାଇନାହୁଁ | ଆମେ ଛ କୁ ଛ ବିଧାୟକ କେବେଠୁ କଂଗ୍ରେସରେ ବିଲୟ କରି ସାରିଛୁ । 9 ମାସ ପରେ ବିଏସପିର ଏବେ ମନେ ପଡିଲା !! ଆମେ କଂଗ୍ରେସ ସହିତ ଅଛୁ , ପରିସ୍ଥିତି ଯାହା ହେଉ ପଛେ କଂଗ୍ରେସ ସହ ରହିବୁ | " 

0
0
0
s2sdefault