ହେଡଲାଇନସ୍:

ଏଲଏସିରେ ଉତ୍ତେଜନା ଭିତରେ ନିଯୁକ୍ତ ହେଲେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନୂଆ ମୁଖ୍ୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ: ଚାଇନା ଓ ଭାରତ ଭିତରେ  ଏଲଏସିରେ ଉତ୍ତେଜନା ଜାରି ରହିଥିବା ବେଳେ ଭିତରେ ଭାରତୀୟ ବାୟୁସେନା ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଏୟାର ମାର୍ଶଲ ବିବେକ ଚୌଧୁରୀ | ସୂଚନାଯୋଗ୍ୟଯେ ଭାରତୀୟ ବାୟୁସେନାର ୱେଷ୍ଟର୍ଣ୍ଣ ଏୟାର କମାଣ୍ଡ (ଡବ୍ଲୁଏସି) ସମ୍ବେଦନଶୀଳ ଲଦାଖ ସେକ୍ଟର ତଥା ଉତ୍ତର ଭାରତର ବିଭିନ୍ନ ଅଞ୍ଚଳର ବାୟୁ ପ୍ରତିରକ୍ଷା ଉପରେ ଦୃଷ୍ଟି ରଖିଥାଏ ବୋଲି ଅଧିକାରୀମାନେ କହିଛନ୍ତି।

ଏୟାର ମାର୍ଶାଲ ଶ୍ରୀ ଚୌଧୁରୀ  ବର୍ତ୍ତମାନ ଇଷ୍ଟର୍ନ ଏୟାର କମାଣ୍ଡରେ ବରିଷ୍ଠ ଏୟାର ଷ୍ଟାଫ୍ ଅଫିସର ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଏୟାର ମାର୍ଶଲ ବି ସୁରେଶଙ୍କ ଉତ୍ତରାଧିକାରୀ ଭାବରେ ଅଗଷ୍ଟ 1 ରେ ସେ କମାଣ୍ଡ କରିବେ।

ଗତ କିଛି ସପ୍ତାହ ଧରି  IAF ପୂର୍ବ ଲଦାଖ ଅଞ୍ଚଳରେ ରାତାରାତି ଯୁଦ୍ଧ ବିମାନ ପାଟ୍ରୋଲିଂ କରିଆସୁଛି। ଏହା ପୂର୍ବରୁ ଏହାର ପ୍ରାୟ ସମସ୍ତ ଫ୍ରଣ୍ଟଲାଇନ ଯୁଦ୍ଧ ବିମାନ ସୁଖୋଇ 30 MKI, ଜାଗୁଆର ଏବଂ ମିରାଜ 2000 ବିମାନ ଲଦାଖର ସୀମାନ୍ତ ବେସରେ ତଥା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ନିୟୋଜିତ କରିଛି | ଭାରତ ଚୀନ ସୀମାନ୍ତରେ ଲାଗିରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଏୟାର ମାର୍ଶାଲ ଚୌଧୁରୀଙ୍କ ଏହି ନୂତନ ନିଯୁକ୍ତି ଗୁରୁତ୍ୱ ବହନ କରୁଛି | 

0
0
0
s2sdefault