ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଦେହାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୋପାଲ( ଏଜେନ୍ସି) : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ୮୫  ବର୍ଷ ବୟସରେ ଦେହାନ୍ତ ହୋଇଛି | ଆସୁସ୍ଥତା କାରଣରୁ କିଛି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଶ୍ରୀ  ଟଣ୍ଡନଙ୍କ ମଙ୍ଗଳବାର (ଜୁଲାଇ 21) ରେ ଦେହାନ୍ତ ହୋଇଛି। ଏ ବିଷୟ ଲାଲଜୀ ଟଣ୍ଡନଙ୍କ ପୁଅ ଆଶୁତୋଷ ଟଣ୍ଡନ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ ଉଲ୍ଲେଖ କରିଛନ୍ତି " ବାବୁଜୀ ନହିଁ ରହେ" | 

ଶ୍ୱାସକ୍ରିୟାରେ ସମସ୍ୟା ସହ  ଜ୍ୱରରେ ପୀଡିତ ହେବାରୁ ଶ୍ରୀ ଟଣ୍ଡନଙ୍କୁ ଲକ୍ଷ୍ନୋର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ କିଛି ଦିନ ପୂର୍ବରୁ ଭେଣ୍ଟିଲେଟର ସହାୟତାରେ  ଚିକିତ୍ସା କରାଯାଉଥିଲା | 

ଟଣ୍ଡନଙ୍କ ଅସୁସ୍ଥତା ପରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦି ବେନ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ ଦାୟିତ୍ୱ  ଦିଆଯାଇଛି।

 

0
0
0
s2sdefault