ଅମାନିଆଙ୍କ ପରି ମାଡି ଚାଲିଛି କରୋନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୧ ଲକ୍ଷ ଟପିଲା, ଦିନକରେ ଚାଳିଶ ହଜାର 

ନୂଆଦିଲ୍ଲୀ (ଏସପିବି) :  ଆଜି ୧୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ବ୍ରେକ ନଥିବା ବାଇକ ପରି ଆଗକୁ ଆଗକୁ ବଢିଚାଲିଛି ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୦,୪୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୧୧, ୧୮, ୦୪୩ରେ | ଆଉ ଗତ ୨୪ ଘଣ୍ଟା ଭିତରେ ପ୍ରାଣ ହରାଇଛନ୍ତି ୬୮୧ ଜଣ | ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭, ୪୯୭ରେ |  ଆଜିର ନୂଆ ଚିହ୍ନଟଙ୍କ ସହ ସକ୍ରିୟଙ୍କ ସଂଖ୍ୟା ୩ ,୯୦,୪୫୯ରେ ପହଂଚିଛି | ଏଯାବତ  ସୁସ୍ଥ ହେଲେଣି ୭,୦୦,୦୮୭ ଜଣ | 

0
0
0
s2sdefault