ହେଡଲାଇନସ୍:

ଆଜି ବି କରୋନା ଆକ୍ରାନ୍ତ ୩୪ ହଜାର ଉପରେ, ମୃତ୍ୟୁ ୬୭୧ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଏଜେନ୍ସି) କରୋନା ଏବେ ଅମାନିଆ ହୋଇପଡିଥିବା ଭଳି ଅନୁଭୂତ ହେଉଛି | ଦିନକୁ ଦିନ ବଢି ଚାଲି ଆକ୍ରାନ୍ତଙ୍କ ସଂଖ୍ୟା |  ଗତକାଲି ତୁଳନାରେ ଅଧିକ ଅଢେଇ ହଜାର ଅଧିକ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ଚିହ୍ନଟ ହୋଇଛନ୍ତି ୩୪,୮୮୪ଜଣ ଆକ୍ରାନ୍ତ | ଗତକାଲି ଚିହ୍ନଟ ହୋଇଥିଲେ ୩୨,୬୯୫  କରୋନା ପଜିଟିଭ  | ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୪,୮୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଥିଲେ ୬୭୧ ଜଣ | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୮,୭୧୬ ରେ ପହଂଚି ଥିବା ବେଲେ ମୃତ୍ୟୁ ସଂଖ୍ୟା ୨୬,୨୭୩  ଛୁଇଁଛି |  ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୫୮, ୬୯୨ ରେ ପହଂଚିଛି | ଏଯାଏ ସୁସ୍ଥ ହେଲେଣି ୬,୫୩ ,୭୫୧ ଜଣ |  ସୂଚନାଯୋଗ୍ୟ ଯେ ଏଯାବତ ଦେଶରେ ୧,୩୪,୩୩,୭୪୨ ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି କେବଳ ୩,୬୧,୦୨୪ ନମୁନା ଯାଞ୍ଚ କରାଯାଇଛି | 

0
0
0
s2sdefault