ହେଡଲାଇନସ୍:

କାୟା ବଢ଼ାଉଛି ଘାତକ ଭୁତାଣୁ : ଦେଶରେ ଆକ୍ରାନ୍ତ ସଂଖ୍ୟା ଟପିଲା ୧୦  ଲକ୍ଷ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୪ ଘଣ୍ଟା ଭିତରେ ୩୪,୯୫୬ ନୂଆ ପଜିଟିଭ କେଶ ଚିହ୍ନଟ 

ନୂଆଦିଲ୍ଲୀ  :  ଦେଶରେ ୧୦ ଲକ୍ଷ ଟପିଲା କରନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ଭିତରେ ୩୪,୯୫୬ ନୂଆ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୩,୮୩୨ରେ ପହଂଚିଛି | ଗତ ୨୪ ଘଣ୍ଟା ଭିତରେ ୬୮୭ଜଣଙ୍କ ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା ୨୫,୬୦୨ରେ ପହଂଚିଛି |  ଆଜି ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୩,୪୨,୪୭୩   ଓ ସୁସ୍ଥ ହୋଇ ଡିସ୍ଚାର୍ଜ ହେଲେଣି ୬,୩୫,୭୫୭ | 

ସୂଚନା ଯୋଗ୍ୟଯେ ଦେଶରେ ଗତକାଲି ୨୮,୪୯୮  ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଲେ ଆଜି ସେଥିରେ ଛ ହଜାରରୁ ଅଧିକ ଆକ୍ରାନ୍ତ ଯୋଡି ହୋଇଯାଇ ଆଜି ଚିହ୍ନଟ ହୋଇଛନ୍ତି ୩୪,୯୫୬ ଆକ୍ରାନ୍ତ | 

 

0
0
0
s2sdefault