ହେଡଲାଇନସ୍:

ପ୍ରଥମ : ଶୁଖିଲା ଲଙ୍କା ନେଇ ବାଂଲାଦେଶକୁ ଗଲା ଟ୍ରେନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ରେଡ୍ଡୀପାଲମ (ଗୁଣ୍ଟୁର) ରୁ ଶୁଖିଲା ଲଙ୍କା ଗଲା ବେନାପୋଲ (ବାଂଲାଦେଶ)

ଗୁଣ୍ଟୁର(ଏଜେନ୍ସି) -ପ୍ରଥମଥର ନିମନ୍ତେ ଭାରତୀୟ ରେଳବାଇ ବାଂଲାଦେଶର ବେନାପୋଲକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ରେଡ୍ଡୀପାଲମରୁ ଶୁଖିଲା ଲଙ୍କା ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଯୋଗେ ପଠାଇଛି । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଓ ଏହାର ଆଖପାଖ ଅଞ୍ଚଳ ଲଙ୍କା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି । ଗୁଣବତ୍ତା ଓ ସ୍ଵାଦ ଦୃଷ୍ଟିରୁ ଏହି ଲଙ୍କାର ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ରହିଛି । ଆଗରୁ ଗୁଣ୍ଟୁର ଅଞ୍ଚଳର ବ୍ୟବସାୟୀ ଓ ଚାଷୀମାନେ ସଡକ ପଥରେ ବାଂଲାଦେଶକୁ ଲଙ୍କା ରପ୍ତାନି କରୁଥିଲେ । ଟନ ପିଛା ଏଥିପାଇଁ 7 ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ଲକଡାଉନ ଯୋଗୁଁ ସେମାନେ ସଡକ ପଥରେ ଲଙ୍କା ପଠାଇବା ସମ୍ଭବ ହେଲା ନାହିଁ । ରେଳ କର୍ତ୍ତୃପକ୍ଷ ସେମାନଙ୍କ ସହ କଥାବାର୍ତ୍ତା କରି ରେଳ ଦ୍ଵାରା ଏହା ପଠାଯାଇପାରିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଲେ । ମାଲବାହୀ ଟ୍ରେନ ଯୋଗେ ଏହି ଲଙ୍କା ପଠାଯିବା ପାଇଁ ବ୍ୟବସ୍ଥା କରାଗଲା ।

ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଗୁଣ୍ଟୁର ମଣ୍ଡଳ ପକ୍ଷରୁ ଥରକେ ସର୍ବାଧିକ 500 ଟନ ପର୍ଯ୍ୟନ୍ତ ଲଙ୍କା ପଠାଇବାକୁ ନିଷ୍ପତ୍ତି ହେବା ପରେ 16ଟି ଡବା ବିଶିଷ୍ଟ ଏକ ସ୍ଵତନ୍ତ୍ର ପାର୍ସଲ ଏକ୍ସପ୍ରେସ ଟ୍ରେନ ବାଂଲାଦେଶର ବେନାପୋଲ ଅଭିମୁଖେ ଯାତ୍ରା କରିଥିଲା । ପ୍ରତ୍ୟେକ ଡବାରେ 466ଟି ବସ୍ତା ଲେଖାଏଁ ଶୁଖିଲା ଲଙ୍କା ବୋଝେଇ ହୋଇଥିଲା । ବସ୍ତା ପିଛା 19.9 ଟନ ଶୁଖିଲା ଲଙ୍କା ଏହିପରି ମୋଟ 384 ଟନ ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଯୋଗେ ପରିବହନ ପରିବନ କରାଯାଇଛି । ପାର୍ସଲ ଟ୍ରେନରେ ଟନ ପିଛା 4608 ଟଙ୍କା ଦେୟ ଦେବାକୁ ପଡୁଥିବା ବେଳେ ସଡକ ପଥରେ ଟନ ପିଛା 7 ହଜାର ଟଙ୍କା ଭଡା ବାବଦକୁ ଖର୍ଚ୍ଚ ହେଉଥିଲା ।

କୋଭିଡ-19 ଲକଡାଉନ କାଳରେ ଭାରତୀୟ ରେଳବାଇ ଅଧିକରୁ ଅଧିକ ପାର୍ସଲ ଟ୍ରେନ ଚଳାଇବା ପାଇଁ ଅନେକ ପଦକ୍ଷେପ ନେଇଛି । ମେଡିକାଲ ଯନ୍ତ୍ରପାତି, ଖାଦ୍ୟ ପଦାର୍ଥ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାର୍ସଲ ଟ୍ରେନ ଯୋଗେ ପରିବହନ କରାଯାଉଛି । ଗତ ମାର୍ଚ୍ଚ 22ରୁ ଚଳିତ ମାସ 11 ମଧ୍ୟରେ ରେଳବାଇ ପକ୍ଷରୁ 4434ଟି ପାର୍ସଲ ଟ୍ରେନ ଚଳାଯାଇଛି ।

0
0
0
s2sdefault