ହେଡଲାଇନସ୍:

ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ କରୋନା, ଅଭିଷେକ ବି ପଜିଟିଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟୁଇଟ କରି ଉଭୟେ ଦେଲେ ସୂଚନା 

ମୁମ୍ବାଇ( ଏସପିବି): କରୋନା ଠାରୁ ଦୁରେଇ ରହିବା ପାଇଁ ସଚେତନତା ସୃଷ୍ଟି କରି ଆସିଥିବା  ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ କରୋନା ପଜିଟିଭ ଚିହ୍ନଟ ହେବ ପରେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି | ତାଙ୍କ ପରିବାର ଓ ସହଯୋଗୀଙ୍କ କୋବିଦ ଟେଷ୍ଟ କରାଯାଇଛି | ଫଳକୁ ଅପେକ୍ଷା କରାଯାଇଛି | ଏ ବିଷୟରେ ଖୋଦ ଅମିତାଭ ବଚ୍ଚନ ତାଙ୍କ ଟୁଇଟର ହାଣ୍ଡଲରେ ସୂଚନା ଦେବା ସହ ଗତ ୧୦ ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସେମାନେ ନିଜ ନିଜର କୋବିଦ ପରୀକ୍ଷା କରିନେବା ପାଇଁ ଅନୁରୋଧ କରିଛନ୍ତି ସୁପର ଷ୍ଟାର | ଅନ୍ୟପକ୍ଷରେ ଅମିତାଭଙ୍କ ପୁଅ ଅଭିଷେକ ବି ପହିତିଭ ହୋଇଥିବା ସୂଚନା ହସ୍ତଗତ ହୋଇଛି |

 ଅମିତାଭଙ୍କ ପରି ଅଭିଷେକ ତାଙ୍କ ଟୁଇଟର ହାଣ୍ଡଲରେ ଏ ସୂଚନା ଦେଇ ଉଲ୍ଲେଖ କରିଛନ୍ତି ଯେ ସେ ଆଉ ତାଙ୍କ ପିତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଉଭୟଙ୍କ ଦେହରେ ହାଲକା ଲକ୍ଷଣ ଥିଲା ଓ ସେମାନେ ହସ୍ପିଟାଳରେ ଆଡମିଟ ହୋଇଛନ୍ତି | ଆମ ପରିବାରର ସମସ୍ତେ ଟେଷ୍ଟ ହେଉଛନ୍ତି | ତେଣୁ କିଛି ଭୟଭୀତ ହେବାର କିଛି ନାହିଁ" | 

 

0
0
0
s2sdefault