ହେଡଲାଇନସ୍:

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶାନୁଯାୟୀ ଦିଲ୍ଲୀର ସମସ୍ତ ହସ୍ପିଟାଲ କୋଭିଡ-19 ମୃତକଙ୍କ ଶେଷକୃତ୍ୟ ତ୍ୱରାନ୍ୱିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ଜୁନ 14ରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଏବଂ ନିର୍ଦ୍ଦେଶାନୁଯାୟୀ ଦିଲ୍ଲୀର ସମସ୍ତ ହସ୍ପିଟାଲ (କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବେସରକାରୀ) ଆଜିଠାରୁ ଏହି ନିର୍ଦ୍ଦେଶକୁ ପାଳନ କରିଛନ୍ତି । ହସ୍ପିଟାଲର କର୍ମଚାରୀମାନେ କୋଭିଡ-19 ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ ସେମାନଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ସମ୍ମତି / ଉପସ୍ଥିତିରେ କରିଛନ୍ତି |

ଅବଶିଷ୍ଟ 36 କୋଭିଡ-19 ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ ଆସନ୍ତାକାଲି କରାଯିବ, କାରଣ ସେମାନଙ୍କର ନିକଟବର୍ତ୍ତୀ ବର୍ତ୍ତମାନ ଦିଲ୍ଲୀରେ ନାହାନ୍ତି । ଆଗକୁ ମୃତକଙ୍କ ଶେଷକୃତ୍ୟ ବିଳମ୍ବ ନ ହେବା ନେଇ ଗୃହ ମନ୍ତ୍ରଣାଳୟ ହସ୍ପିଟାଲଗୁଡ଼ିକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

 

 

0
0
0
s2sdefault