ହେଡଲାଇନସ୍:

ଶତାୟୁ କ୍ରୀକେଟିୟର ବସନ୍ତ ରାଇଜିଙ୍କ ଦେହାନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁମ୍ବାଇ :  ଶତାୟୁ ତଥା ଭେଟେରାନ ପ୍ରଥମଶ୍ରେଣୀ କ୍ରୀକେଟିୟର ବସନ୍ତ ରାଇଜିଙ୍କ ଦେହାନ୍ତ | ତାଙ୍କୁ ୧୦୦ ବର୍ଷ ହୋଇଥିଲା | ତାଙ୍କର ମୃତ୍ୟୁ ବାର୍ଦ୍ଧକ୍ୟ ଜନିତ ଓ ଦକ୍ଷିଣ ମୁମ୍ବାଇର ବାଳକେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଶୋଇଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ରାଇଜିଙ୍କ ଜ୍ବାଇଁ ସୁଦର୍ଶନ ନାନାବତୀ ସୂଚନା ଦେଇଛନ୍ତି | ଦକ୍ଷିଣହାତୀ ବ୍ୟାଟ୍ସମ୍ୟାନ ରାଇଜି ୧୯୪୦ ମସିହାରେ  ୯ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବା ବେଳେ ମୋଟ ୨୭୭ ରନ ହାସଲ କରିଥିଲେ | ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ୬୮ ରନ | ସେ ବିଜୟ ମରଚାଣ୍ଟଙ୍କ ନେତୃତ୍ୱରେ କ୍ରିକେଟ ଖେଳିଥିବା ରାଇଜି ଜଣେ କ୍ରିକେଟ ଐତିହାସିକ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ | 

0
0
0
s2sdefault