ହେଡଲାଇନସ୍:

କୋଭିଡ ରୋଗୀମାନଙ୍କୁ ପଶୁଠୁ ବି ଖରାପ ବ୍ୟବହାର କରାଯାଉଛି : ସୁପ୍ରିମ କୋର୍ଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ/ଏସପିବି :  କୋଭିଡ ରୋଗୀମାନଙ୍କୁ ପଶୁଠୁ ବି ଖରାପ ବ୍ୟବହାର କରାଯାଉଛି | ଅଳିଆ ଗଦାରୁ ମିଳୁଛି ଶବ | ଆଉ ଏହି ମର୍ମରେ ୪ ରାଜ୍ୟଙ୍କଠାରୁ ରିପୋର୍ଟ ତଲବ କଲେ ସୁପ୍ରିମ କୋର୍ଟ | ସୁପ୍ରିମ କୋର୍ଟ କହିଛନ୍ତି ଯେ ଦେଶର ଡାକ୍ତରଖାନା ଗୁଡିକ କାରନାରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ଠିକଣା ଯତ୍ନ ନେଉନାହାନ୍ତି | ଏପରିକି ସେମାନଙ୍କ ପରିବାର ବର୍ଗଙ୍କୁ ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ପର୍କରେ ସୂଚନ ବି ଦେଉନାହାନ୍ତି | ସୁପ୍ରିମକୋର୍ଟର ଏହି ତିନିଜଣିଆ ଖଣ୍ଡପୀଠ ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ  ଓ ତାମିଲନାଡୁ ସରକାରଙ୍କ ଠୁ ଉତ୍ତର ମାଗିବା ସହ . ଜୁନ ୧୭ ସୁଦ୍ଧା ଉତ୍ତର ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି | ରୋଗୀ ପରିଚାଳନା ବ୍ୟବସ୍ଥାଉପରେ ତର୍ଜ୍ଜମା କରି ଷ୍ଟେଟସ ରିପୋର୍ଟ ଦାଖଲ କରିବା ପାଇଁ  ରାଜ୍ୟ ଗୁଡିକର ମୁଖ୍ୟ ଶାସନସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ସୁପ୍ରିମକୋର୍ଟ | 

0
0
0
s2sdefault