ଗୃହ ସଙ୍ଗରୋଧରେ କେଜି : କାଲି କରିପାରନ୍ତି କୋବିଦ ପରୀକ୍ଷା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ ( ଏସପିବି) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ନିଜ ବାସଭବନରେ ସଙ୍ଗରୋଧରେ | ଆସନ୍ତାକାଲି ସେ କରିପାରନ୍ତି କୋବିଦ ପରୀକ୍ଷା | ଏ ବିଷୟ ସୂଚନା ଦେଇଛନ୍ତି ଆମ ଆଦମୀ ପାର୍ଟିର ମୁଖପାତ୍ର ତଥା ବରିଷ୍ଠ ନେତା ସଞ୍ଜୟ ସିଂ |

" କେଜ୍ରିୱାଲଙ୍କୁ  ଜ୍ୱର ଓ କାଶ ଲକ୍ଷଣ ପରିଲକ୍ଷିତ ହୋଇଥିଲା  | ସେ ଡାକ୍ତରଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି ଓ ଆପାତତଃ ସେ ପଡିଲେ କାଲି କରୋନା ପରୀକ୍ଷା କରିପାରନ୍ତି | କେଜ୍ରିୱାଲ ମଧ୍ୟ ଡାଇବେଟିକ " ବୋଲି ମୁଖପାତ୍ର କହିଛନ୍ତି | ସୂଚନା ଯୋଗ୍ୟ ଯେ ରବିବାରଦିନ କେଜିଙ୍କୁ  ଅନଲାଇନ ସାମ୍ବାଦିକ ସମ୍ମିଳନୀରେ ଦେଖିବାକୁ ମିଳିଥିଲା |  ଏଠାରେ କୁହାଯାଇପାରେ ଦିଲ୍ଲୀରେ  ଆଜି ପର୍ଯ୍ୟନ୍ତ  ୨୮,୯୩୬ କୋବିଦ-୧୯ କେଶ ଚିହ୍ନଟ ହୋଇଥିବା ବେଳେ ୮୧୨ ଜଣ ପ୍ରାଣ ହରାଇଛନ୍ତି | 

0
0
0
s2sdefault