New Delhi (SPB) ରବିବାରଦିନ ଭାରତକୁ ଏକ ନକାରାତ୍ମକ ଉପଲବ୍ଧି ହାସଲ ହୋଇଛି | କରୋନା ଦ୍ୱାରା ଗୁରୁତରଭାବେ ପ୍ରଭାବିତ ହୋଇଥିବା ରାଷ୍ଟ୍ରମାନଙ୍କ ତାଲିକାର ସପ୍ତମ ସ୍ଥାନରେ ପହଂଚିଯାଇଛି, ସପ୍ତାହକ ଭିତରେ ପ୍ରାୟ ୫୦୦୦୦ କରୋନା ଆକ୍ରାନ୍ତକୁ ଯୋଡି |
୨୫ ମେ ରେ ଭାରତ ଇରାନକୁ ପଛରେ ପକାଇ ୧.୩୮ ଲକ୍ଷ କରୋନା ଆକ୍ରାନ୍ତଙ୍କ ସହ ଦଶମ ସ୍ଥାନକୁ ଯାଇଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ପ୍ରାୟ ଛାଡ଼ିଣ ଭିତରେ ୧.୮୨ଲକ୍ଷରେ ପହଂଚିଛି |
ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ହିସାବରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, ରୁଷିଆ, ଇଂଲଣ୍ଡ, ସ୍ପେନ, ଇଟାଲୀ ପରେ ଭାରତ ରହିଛି ସପ୍ତମ ସ୍ଥାନରେ | ଆମେରିକାରେ ଏଯାବତ ୧୭,୧୬,୦୭୮ ଆକ୍ରାନ୍ତ ହୋଇଥିବା ବେଳେ ,ଭାରତରେ ୧,୮୨,୧୪୩ ରହିଛି | ଭାରତରେ ସକ୍ରିୟଙ୍କ ସଂଖ୍ୟା ୮୯,୯୯୫ ରହିଥିବା ବେଲେ ସୁସ୍ଥ ହେଲେଣି ୮୬, ୯୮୩ ଜଣ |
ଆକ୍ରାନ୍ତଙ୍କ ସଂଖ୍ୟାରେ ଭାରତ ତଳକୁ ଅଛନ୍ତି ଜର୍ମାନୀ ୧,୮୧,୪୮୨, ତୁର୍କୀରେ ୧,୬୩,୧୦୩, ଓ ଇରାନରେ ରହିଛି ୧,୪୮,୯୫୦ ଜଣ |