କିରଣ @ କରୋନା ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁମ୍ବାଇ :  ପ୍ରଖ୍ୟାତ ବଲିଉଡ ଅଭିନେତା ତଥା ଛୋଟ ପରଦାର ଲୋକପ୍ରିୟ କଳାକାର କିରଣ କୁମାରଙ୍କୁ ଆକ୍ରାନ୍ତ କରିଛି କୋରୋନା ।ସେ ଏକଥା ନିଜ ଆଡୁ ପ୍ରକାଶ କରିଥିଲେ । ୭୪ ବର୍ଷ ବୟସ୍କ ଶ୍ରୀ କୁମାର ଗୃହ ସଂଗରୋଧରେ ଥିବା ସୂଚନା ମିଳିଛି ।" ମୁ ଏବେ ସୁସ୍ଥ ଅଛି | ମୋ ପାଖରେ ସେମିତି କିଛୁଇ ଲକ୍ଷଣ ନାହିଁ | ମେ ୧୪ ତାରିଖରେ ମୁ ହସ୍ପିଟାଲକୁ ଚେକ ଅପ ପାଇଁ ଯାଇଥିଲି | ସେଠାରେ କୋବିଦ ଟେଷ୍ଟ ବାଧ୍ୟତା ମୂଳକ ଥିଲା | ତେଣୁ ମୁ ପରୀକ୍ଷା କଲି ଓ ମୋ ଦେହରେ ପଜିଟିଭ ବାହାରିଲା | ହେଲେ ମୋର ସେତେବେଳେ କିଛି ଲକ୍ଷଣ ନଥିଲା କି  ଚିହ୍ନଟ ହେବାର 10 ଦିନ ପରେ ମଧ୍ୟ କୌଣସି ଲକ୍ଷଣ  ନାହିଁ | ମୋ ପରିବାର ଦ୍ଵିତୀୟ ମହଲରେ ରହୁଛନ୍ତି ଓ ମୁ ତୃତୀୟ ମହଲରେ ରହୁଛି | ୨୬ ଅବା ୨୭ରେ ପୁଣି ଦ୍ଵିତୀୟ ପରୀକ୍ଷା କରିବି "  ବୋଲି ଶ୍ରୀ କୁମାର  ପ୍ରକାଶ କରିଛନ୍ତି |

0
0
0
s2sdefault