ହେଡଲାଇନସ୍:

ରୁଷିଆ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମସ୍କୋ : କରୋନା ରୋଗରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଏବେ ରୁଷିଆ ପ୍ରଧାନମନ୍ତ୍ରୀ ମିଖାଇଲ ମିସୁଷ୍ଟିନ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି | ନିକଟରେ ହୋଇଥିବା ପରୀକ୍ଷାରୁ ତାଙ୍କ ଦେହରେ କରୋନା ପଜିଟିଭ ଥିବା ନିଜେ ସୂଚନା ଦେଇଛନ୍ତି ବୋଲି ଖବର ସରବରାହ ସଂସ୍ଥା ରଏଟର  ପକ୍ଷରୁ କୁହାଯାଇଛି | ସେ ନିଜ କ୍ୟାବିନେଟ ସହଯୋଗୀଙ୍କୁ ସୁରକ୍ଷିତ ରଖିବା ପାଇଁ  ନିଜକୁ ସଙ୍ଗ ରୋଧରେ ରଖିବେ ବୋଲି ସୂଚନ ଦେଇଛନ୍ତି | ଏବିଷୟରେ ସେ ରାଷ୍ଟ୍ରପତି ପୁଟିନଙ୍କୁ ଅବଗତ କରାଇ ତାଙ୍କ ଦାୟିତ୍ବରୁ ସାମୟିକ ଅବ୍ୟାହତି ଲୋଡ଼ିବା ସହ ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେ ବେଲୋଉସୋଭଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଦେବାପାଇଁ ସୁପାରିଶ କରିଛନ୍ତି | ରାଷ୍ଟ୍ରପତି ପୁଟିନ ମଧ୍ୟ ତାହା ଗ୍ରହଣ କରିଥିବା ଜଣାପଡିଛି |  ସୂଚନାଯୋଗ୍ୟ ଯେ ଚଳିତ ଜାନୁଆରୀରେ ପୁଟିନ  ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ |

0
0
0
s2sdefault