ହେଡଲାଇନସ୍:

‘ପାଠକମାନଙ୍କର ରୁଚିକୁ ଆଖି ଆଗରେ ରଖି ଉପନ୍ୟାସ ଲେଖିବା ଆବଶ୍ୟକ : ରମାକାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

‘ନିର୍ଭୟ ସାହିତ୍ୟୋତ୍ସବ ୨୦୧୯’

ସାହିତ୍ୟ ହେଉଛି ଏକ ମାତ୍ର କଥା, ଯାହା ଜୀବନକୁ ସୁନ୍ଦର କରିବା ସହିତ ସମାଜକୁ ସୁନ୍ଦର କରିଥାଏ: ଦାଶ ବେନହୁର 

ଭୁବନେଶ୍ୱର:  ପାଠକ ରୁଚିକୁ ଆଖି ଆଗରେ ରଖି ଆଜିକା ଯୁଗର ଲେଖକ ଓ କବିମାନେ ଲେଖିବା ଆବଶ୍ୟକ । ପ୍ରତି ଲେଖକ ବୁଝିବା ଦରକାର, ସ୍ରଷ୍ଟା ଦ୍ୱାରା ଆମେ ଲେଖିିପାରୁଛୁ । ତେଣୁ ଆମେ ହେଉଛି ତାଙ୍କର ମାଧ୍ୟମ  । ରବିବାର ସ୍ଥାନୀୟ ଉକ୍ରଳ ଚାମ୍ବର୍ସ ଅଫ୍‍ କମର୍ସର ପ୍ରେକ୍ଷାଳୟରେ ଆୟୋଜିତ ଦୈନିକ ଖବରକାଗଜ ‘ନିର୍ଭୟ’ର ‘ନିର୍ଭୟ ସାହିତ୍ୟୋତ୍ସବ ୨୦୧୯’କୁ ଉଦ୍ଘାଟନ କରି କହିଥିଲେ ପ୍ରଖ୍ୟାତ କବି ତଥା ପଦ୍ମଭୂଷଣ ରମାକାନ୍ତ ରଥ  । ମୁଖ୍ୟଅତିଥି ଥିଲେ ବିଶିଷ୍ଟ ଶିଶୁକବି ଦାଶ ବେନହୁର । ସେମାନଙ୍କୁ ସ୍ୱାଗତ କରିଥିଲେ ସମ୍ପାଦକ ନବୀନ ଦାସ ଓ ସହଯୋଗୀ ସମ୍ପାଦକ ସମ୍ବିତ ମହାପାତ୍ର । ସ୍ୱାଗତ ଭାଷଣ ଦେଇଥିଲେ କବୟିତ୍ରୀ ମାନିନୀ ମିଶ୍ର ।

ଉଦଘାଟକ ଶ୍ରୀ ରଥ କହିଥିଲେ, ପ୍ରତି ଲେଖକ ନମ୍ରତା ଭାବନା ରଖି କବିତା ଲେଖିବା ଆବଶ୍ୟକ, ନହେଲେ ସେହି ଲେଖା ହୋଇ ରହିଥିବା ଗଳ୍ପ ଓ କବିତାର ଗୁଣବତ୍ତା ସବୁ ଚାଲିଯିବ । ବହୁ ଆଗରୁ ବଡ଼ ବଡ଼ ଲେଖକ ଥିଲେ, କିନ୍ତୁ ତାଙ୍କ ଦ୍ୱାରା ରଚିତ ପୁସ୍ତକ ଆଉ ବଜାରରେ ମିଳୁନାହିଁ ।  ଯେଉଁ ଲେଖକମାନେ ସମୟ ସହିତ ପାଠକ ରୁଚିକୁ ଆଖି ଆଗରେ ରଖି କବିତା କିମ୍ବା ଉପନ୍ୟାସ ରଚନା କରିଥାଆନ୍ତି, ସେହିମାନଙ୍କର ଲେଖା ଚାହିଦା ଅଧିକ ରହିଥାଏ ବୋଲି ଶ୍ରୀ ରଥ ମତବ୍ୟକ୍ତ କରିଥିଲେ ।

ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଥିଲେ ସାହିତି୍ୟକ ଦାଶ ବେନହୁର  । ସେ କହିଥିଲେ ଯେ, ପ୍ରବନ୍ଧ, ଉପନ୍ୟାସ କିମ୍ବା ସାହିତ୍ୟ ହେଉ ସାହିତ୍ୟର ରଚନାକାରୀ ହେଉଛନ୍ତି କବି । ସମାଜର ପ୍ରତ୍ୟେକ ମଣିଷ ଭିତରେ କିଛି ଭଲ ଗୁଣ ସହିତ ମନ୍ଦ ଗୁଣ ରହିଥାଏ, କିନ୍ତୁ ଲେଖକ ହେଉଛି ସିଏ ଯେକି ମଣିଷ ଭିତରେ ଥିବା ଭଲ ଗୁଣକୁ କଲମ ମାଧ୍ୟମରେ ବାହାରକୁ ଆଣି ପାଠକଙ୍କ ପାଖରେ ପହଞ୍ଚାଇଥାଏ । ଯେତେ କଥା ସାଂସାରରେ ଅଛି, ସବୁ ଖୁସି ଭିତରେ ଭାବର ସମନ୍ୱୟ ହେଉଛି ସବୁଠାରୁ ଖୁସି ମୁହୂର୍ତ୍ତ । ଏହି ଭାବନା ପ୍ରକୃତରେ ପ୍ରତିଫଳିତ ହୋଇଥାଏ ସାହିତ୍ୟରେ । ଯେତେ କଥା ମଣିଷ ତିଆରି କରିଛି, ସେମାନଙ୍କ ମଧ୍ୟରୁ ସାହିତ୍ୟ ହେଉଛି ଏକମାତ୍ର ସତ୍ୟ  । ସେ କହିଥିଲେ, ମଣିଷ ଜାତି ଥିବା ପର୍ଯ୍ୟନ୍ତ ରାମାୟଣ ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ରହିବେ ବୋଲି ବାଲ୍ମିକ କହିଥିଲେ । ତେବେ କୌଣସି ପ୍ରକାଶିତ ପୁସ୍ତକରୁ ଯେତିକି ପ୍ରତିକ୍ରିୟା ନମିଳେ, ତାହାଠାରୁ ଅଧିକ ପ୍ରତିକ୍ରିୟା ମିଳୁଛି ସୋସିଆଲ୍ ମିଡିଆରେ । ଆଜିକାଲି ଯୁବପିଢିମାନେ ବହି କିଣି ପଢିବାକୁ ପସନ୍ଦ କରୁନାହାନ୍ତି । ସେମାନେ ହାତରେ ଆଇପ୍ୟାଡ୍ କିମ୍ବା ଲ୍ୟାପ୍ଟପ ଧରି ଇଣ୍ଟରନେଟ୍ ମାଧ୍ୟମରେ ପଢିବାକୁ ବେଶୀ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ଭାବନା ହେଉଛି ପ୍ରତ୍ୟେକ ସୃଷ୍ଟିର ମୂଳ । ଭାବନା ନଥିଲେ ସୃଷ୍ଟି ହେବ ନାହିଁ । ତେଣୁ ଦାଶ ବେନହୁରଙ୍କ ମତଥିଲା ଯେ, ସମାଜରେ ଖବରକାଗଜ ହିଁ ସାହିତ୍ୟକୁ ସାଧାରଣ ଲୋକମାନଙ୍କ  ପାଖରେ ଅତି ନିକଟତର କରିପାରିଛି । ତେଣୁ ସାହିତ୍ୟର ପ୍ରକୃତ ପୃଷ୍ଠ ପୋଷକ ହେଉଛି ଖବରକାଗଜ । ଆଜିକା ଯୁଗରେ ସାହିତ୍ୟୋତ୍ସବର ବହୁ ଉପକାରିତା ରହିଛି, ସାହିତ୍ୟ ହେଉଛି ଏକ ମାତ୍ର କଥା, ଯାହା ଜୀବନକୁ ସୁନ୍ଦର କରିବା ସହିତ ସମାଜକୁ ସୁନ୍ଦର କରିଥାଏ  ।  ‘ନିର୍ଭୟ ସାହିତ୍ୟୋତ୍ସବ ୨୦୧୯’ରେ ନିର୍ଭୟ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା ଯୁବ କବି ତଥା ଅନୁବାଦକ ଭାରତ ମାଝୀ ଓ ଗାଳ୍ପିକ ସଞ୍ଜୟ ଭଟ୍ଟଙ୍କୁ  ।

 ଏହାପରେ ସାହିତ୍ୟ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିଲେ ସଦାନନ୍ଦ ତ୍ରିପାଠୀ, ଅଜୟ ସ୍ୱାଇଁ, ପ୍ରକାଶ ମହାପାତ୍ର ଓ ସରୋଜିନୀ ସାହୁ  । ସେମାନେ ସେମାନଙ୍କର ଛୋଟ ବେଳର ଅନୁଭୂତି ଉପସ୍ଥାପନା କରିଥିଲେ । ଏହା ପରେ ୧୨ ଜଣ କବିଙ୍କୁ ନେଇ କବିତା ପାଠତ୍ସୋବ ଅନୁଷ୍ଠିତ ହୋଇଥିଲା । ଏହି କବିମାନେ ହେଲେ ମମତା ଦାଶ, ଦୁର୍ଗା ଷଡଙ୍ଗୀ, ସୂର୍ଯ୍ୟ ମିଶ୍ର, ଅକ୍ଷୟ ବେହେରା, ରକ୍ଷକ ନାୟକ, ଶର୍ମିଷ୍ଠା  ସାହୁ, ଅମରେଶ ବିଶ୍ୱାଳ, ଶକ୍ତି ମହାନ୍ତି, ବାଦଲ ମହାନ୍ତି, ଇପସିତା ଷଡଙ୍ଗୀ, ସରୋଜ ବଳ ଓ ରଞ୍ଜିତା ପଣ୍ଡା ।ସାହିତ୍ୟ ଉତ୍ସବ ଓ କବିତା ପାଠୋତ୍ସବକୁ ମାନିନୀ ମିଶ୍ର ପରିଚାଳନା

କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ  ଲେଖକ ଅସିତ୍ ମହାନ୍ତି, ଶରତ ଦାସ ଓ ବହୁ ସାହିତ୍ୟପ୍ରେମୀମାନେ ଉପସ୍ଥିତ ଥିଲେ । ଶେଷରେ ଲେଖିକା ମାନିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault