ହେଡଲାଇନସ୍:

ରଙ୍ଗଣୀପାଟଣା ଗ୍ରାମରେ ୯କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳସ ଯାତ୍ରାରେ ଭାଗନେଲେ ୫ଶହ ମହିଳା 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର)  : ଗାୟତ୍ରୀ ମନ୍ତ୍ର ଜପ ଓ ଯଜ୍ଞମୟ ଜିବନ ଯାପନ ଦ୍ୱାରା ମନୁଷ୍ୟର ଅନ୍ତଃ କରଣରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟ ନେଇ  ଗାୟତ୍ରୀ ପରିବାର ଟ୍ରଷ୍ଟ ଓଡଗାଁ ତରଫରୁ ସ୍ଥାନୀୟ ରଙ୍ଗଣିପାଟଣା ଗ୍ରାମରେ ୯ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆଜି ଆରମ୍ଭ ହୋଇଛି । ୩ଦିନ ଧରି ଅନୁଷ୍ଠିତ  ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ପ୍ରାତଃ କାଳରେ ଦେବୀ  ସ୍ୱରୁପା ମା ଭଉଣୀମାନେ ନୂତନ ବସ୍ତ୍ର ପରିଧାନ କରି ପୁଷ୍କରିଣୀ ତଟରେ ସମବେତ ହୋଇଥିଲେ । ବରୁଣ ଦେବଙ୍କ ଆବାହନ ପୁଜନ ପରେ ୫ଶହ କଳସଙ୍କୁ ମସ୍ତକରେ ଧାରଣ କରି ଗ୍ରାମ୍ୟ ପରିକ୍ରମା କରିଥିଲେ । କଳସ ଯାତ୍ରାକୁ ସ୍ୱାଗତ ଜଣାଇବା ପାଇଁ ପ୍ରତେକଙ୍କ ଦ୍ୱାର ସମୁଖରେ ଦୀପ ଓ ପୂର୍ଣ୍ଣକୁମ୍ଭ ରହିଥିବାର ଦେଖିବାକୁ ମିଳିଥିଲା । ଯଜ୍ଞ ସ୍ଥଳରେ ଅଙ୍କୁରାରୋପଣ, ଆଳତୀ  ଓ ସ୍ୱସ୍ତିବାଚନ କରାଯାଇ କଳସ ସ୍ଥାପନ ହୋଇଥିଲେ । ସନ୍ଧ୍ୟାରେ ଶାନ୍ତିକଞ୍ଜ ହରିଦ୍ୱାରରୁ ଆସିଥିବା ପରିବ୍ରାଜକ ମୀନକେତନ ପାତ୍ର, ପ୍ରଜ୍ଞାପୁରାଣ ଆନିତ ନୈତିକ ଶିକ୍ଷା ସମ୍ପର୍କରେ ଆଲୋଚନା ରଖିଥିଲେ । 

 

0
0
0
s2sdefault