ହେଡଲାଇନସ୍:

ବାଙ୍କୀ କଚେରୀ ଛକଠାରେ ଜଳସେବାକେନ୍ଦ୍ର ସ୍ଥାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଙ୍କୀ(ଆଶିଷ କୁମାର ମହାପାତ୍ର): ବାଙ୍କୀ କଚେରୀ ଛକସ୍ଥିତ ସାଇମନ୍ଦିର ନିକଟରେ ଏକ ଜଳସେବା କେନ୍ଦ୍ର  ବିନ୍ଦାସ କ୍ଳବ ତରଫରୁ ଖୋଲାଯାଇଛି । ଉକ୍ତ ଜଳସେବା କେନ୍ଦ୍ରକୁ ବାଙ୍କୀ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଉଦ୍ ଘାଟନ କରି ଯୁବବନ୍ଧୁମାନଙ୍କର ଏତାଦୃଶ କାର୍ଯ୍ୟପାଇଁ ବଧେଇ ଜଣାଇଥିଲେ । ବିଶେଷ କରି ପ୍ରବଳ ଖରାରେ ପଥିକମାନେ ଆଜିର ବିଷୁବ ସଂକ୍ରାନ୍ତିରେ ବାଙ୍କୀକୁ ଆସୁଥିବା ଜନତାମାନଙ୍କ ପାଇଁ ଏଠାରେ ଜଳସେବାକେନ୍ଦ୍ର ଖୋଲାଯାଇଥିବାରୁ ବାଙ୍କୀର ଜନସାଧାରଣ ପ୍ରଶଂସା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମଟି ସୁରଜିତ ସାହୁ, ଚିତ୍ରସେନ ସ୍ୱାଇଁ , ମନୋଜ ମହାପାତ୍ର, ରତିକାନ୍ତ ସାମନ୍ତରାୟ, କୀର୍ତ୍ତନ ବେହେରା, ହାପିନା ସାହୁ, ରମଣୀ ରଞ୍ଜନ ସାହୁ, ବିଜୟ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault