ହେଡଲାଇନସ୍:

ନୂଆଁଖାଇ :ପଶ୍ଚିମ୍ ଓଡିଶାର୍ ଲୋକ୍ ପରବ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୁଆଁଖାଇର୍ ଐତିହାସିକ୍ ପୃଷ୍ଟଭୁମି

ନୁଆଁଖାଇ ଅନ୍ନ ପୁଜାର୍ ପରବ୍  । ଇ ପରବ୍ ବୈଦିକ୍ ଜୁଗୁଁ ମୁନିରୁଷିମାନେ ପଂଚ ଜଗ୍ୟଁ ହିସାବେ କରି ଆସୁଥିଲେ । ସେ ପାଁଚଟା  ଜଗ୍ୟଁ ହେଲା ସିତା ଜଗ୍ୟଁ ( ଜୁତବାର ଟା / ହଳ କରିବା/ଭୁମି ଚଷିବା), ପ୍ରଭାପନ୍ନ ଜଗ୍ୟଁ (ବୁନବାର୍ ଟା/ ବୁଣିବା)ପ୍ରଳମ୍ବନ ଜଗ୍ୟଁ (କାଟବାର ଟା/ କାଟିବା) । ଖଳା ଜଗ୍ୟଁ (ମଡାବାର ଟା/ ଅମଳ) ଆର୍ ପ୍ରୟୟନ ଜଗ୍ୟଁ (ସୁରକ୍ଷିତ ରଖାବାର ଟା) । ନୁଆଁଖାଇ/ ନୁଆଁଖାଇ ପ୍ରଳମ୍ବନ ଜଗ୍ୟଁନୁ ମୁଲ୍ ହେଇଛେ ବଲି ଗବେଷକ୍ ମାନେ କହେସନ୍ । ଇ ପରବ୍ ଥି ଅନ୍ନକେ କାଟି କରି ଅନ୍ନଦେବୀକେ ପୂଜା କରି କରି ପହେଲା ଅନ୍ନ ତାହାକେ ଚଢା ହେସି ।

ଲୋକ୍ ମାନେ କହେସନ୍ ପଶ୍ଚିମ୍ ଓଡିଶାର୍ ସେ ବେଲର୍ ରାଜଧାନୀ ପାଟନା ବା ଇହାଦେର୍ ପାଟଣାଗଡ ଠାନେ ଚୌହାନ ରଜା ରମାଇଁ ଦେବ ୧୩ଶହ ଶତାଦ୍ଧି ବେଲ୍କେ ତାଂକର୍ ରାଜୁତି ସମିଆଁକେ ନୁଆଁଖାଇକେ ପଶ୍ଚିମ ଓଡିଶାର୍ ଗଣପର୍ବର୍ ମାଏନ୍ତା ଦେବାର୍ ମୁଲ୍ କରିଥିଲେ । ଚୌହାନ୍ ରଜା ରମାଇଁଦେବ୍ କର୍ ଆଘୋନୁ ପଶ୍ଚିମ ଓଡିଶାରେ ଆଦିବାସୀମାନକର୍ ଛୋଟ୍ ଛୋଟ୍ ଅଞ୍ଚଳକେ ଶାସନ୍ ଚଲୁଥିଲା ଆର୍ ଆଦିବାସୀମାନେ ଶିକାର୍ ଆଦିକରି ନିଜର୍ ରାଏଜ୍ ଚଲଉଥିଲେ ହେଲେ ରମାଇଁ ଦେବ୍ ଚାଷ୍ କେ ରାଜ୍ୟର୍ ଆର୍ଥିକ୍ ଧାର୍ ର ଆଧାର୍ ବନାଲେ । ଆର୍ ସେଥିର୍ ଲାଗି ନୁଆଁଖାଇ ଆର ଫୁଷପୁନି ବାଗିର୍ ଦୁଇଟା କୃଷି ପ୍ରଧାନ୍ ପରବ୍ ପଶ୍ଚିମ୍ ଓଡିଶାର୍ ମୁଖିଆ ତିହାର୍ ବନିଛେ ।

ପରଂପରା

ନୁଆଁଖାଇ ପରବ୍ ସାଂଗେ ପଶ୍ଚିମ ଓଡିଶାର୍ ଭାବ୍ନା ଜୁଡିଛେ ଆର୍ ଇ ସିଘା ତିହାର୍କେ ମନାବାର୍ ଲାଗି ଲୋକ ପଂଦର ଦିନ୍ ଆଘୋନୁ ସଜବାଜ ହେସନ । ପଂଦର ଦିନ୍ ଧରି ପଶ୍ଚିମ୍ ଓଡିଶାର୍ ଘରେ ଘରେ ନୁଆଁଖାଇର ଉସ୍ନାକି । ଗରିବ୍ ହଉ, ଧନି ହଉ, ମର୍ଡି ହଉ, ବଏଡ୍ ହଉ, ପଶ୍ଚିମ୍ ଓଡିଶାର୍ ଲୋକ୍ ନୁଆଁ ବାଧ୍ୟ ଖାଏବେ । ନୁଆଁଖାଇ ସମକିରର ଲାଗି ସମାନ୍ । ପଶ୍ଚିମ୍ ଓଡିଶାର୍ ଲୋକ୍ ଜିଏ ଜେନ୍ ଠାନେ ଯେତେ ଦୁରେ ରହୁଥିଲେ ବି ନୁଆଁଚରା ଟିକେ ଖାଏବାର୍ କେ ସବେ ଘର୍ କେ ଆସିଥିସନ୍ । ଲୋକ୍ ଘର୍ ଦୁଆର୍ ଲିପା-ପୁଛା କର୍ସନ୍ । ନୁଆଁ କପ୍ଡା-ଲତା ଘିନା-ବିକା କର୍ସନ୍ । ନୁଆଁଖାଇର୍ ଲଗନ୍ ଧାର୍ଯ୍ୟ କରାହେସି । ପଶ୍ଚିମ ଓଡିଶାର୍ ପ୍ରାୟ ସବୁଆଡେ ଭୁଦୋମାସର୍ ପଂଚମି ତିଥିକେ ନୁଆଁ ଖାଏସନ୍ । ଖାଲି କଲାହାଣ୍ଡି ଅଂଚଳ୍ ନ ଭୁଦୋ ମାସର୍ ଦଶମୀ ତିଥୀରେ ନୁଆଁ ଖାଇଥିସନ୍ ଆର୍ କଲାହାଣ୍ଡିର୍ ରଜାଘରେ ଦଶରା ଦଶମୀ ତିଥିରେ ଖାଏସନ୍ । କଲାହାଣ୍ଡି ଅଂଚଳର୍ ନୁଆଁଖାଇକେ ଘୁମରା ଜନମ୍ ଦିବସ୍ ବି କହେସନ୍ ।

ସାଧାରଣ ହିସାବେ ନୁଆଁଖାଇ ତିନ୍ ଦିନ୍ ଧରି ପାଳନ୍ ହେସି । ନୁଆଁଖାଇ ଦିନ୍, ନୁଆଁଖାଇର୍ ବାସି ଆର୍ ତିଆସି । ନୁଆଁଖାଇ ଦିନ ଆଘୋନୁ ନୁଆଁଧାନ୍ କେ ଢେଁକିଥି କୁଟିକରି ସେଥି ମହୁ, ଗୁଡ୍ ଆଦି ମିଶେଇକରି “ନୁଆଁ ଚରା” ବନାହେସି । ଇ “ନୁଆଁଚରା” କେ ଗାଁର୍ ପୁଝାରି ଘର୍  ଘର୍ ବାଁଟିଦେସି । ଘରର୍ ବହ-ଭୁଆସେନ୍ ମାନେ ପିଠା-ପନା ବନାବାର୍ ଥି ଲାଗିଥିସନ୍ । 

ନୁଆଁଖାଇ ଦିନ ଘର୍ ମାନକୁ ଲୋକ୍ ବଢେପୁରୁ ଉଠିକରି ପହେଲା ଗାଏ-ବଲଦ୍ ମାନ୍ କୁ ପୁଜା କରସନ । ଚାଷ୍ କାମ ଥି ବେଭାର୍ ହଉଥିବା ନଂଗଳ୍, କୁଏଡ୍, କସ୍ନା, ଆଦିକେ ବି ପୁଜା କର୍ସନ୍ । ନୁଆଁଖାଇ ଭିନେ ଭିନେ ଜାତିର୍ ଲୋକ୍ ନିଜର୍ ଇଷ୍ଟଦେବୀ ଠାନେ ଭିନେ ଭିନେ ପତର୍ ର ବନାଲା ଖଲି ଆର ଦନା ଥି ଭୋଗ୍ ଲଗାସନ୍ । କିଏ ମହୁଲ୍ ପତର୍ ଥି ନୁଆଁ ଖାଏସି ତ କିଏ କୁରେ ପତର୍ ଥି । ନିଜର୍ ଇଷ୍ଟଦେବୀମାନ୍ କୁ ପୁଜା କରିସାରଲେ ଘରର୍ ବଡ୍ ସାନ୍ ସବେ ଠାନେକେ ବସିକରି ନୁଆଁଚରା ଖାଏସନ୍ । ନୁଆଁଚରା ସାଂଗେ ସେ ଦିନେ ଲୋକ୍ ନିଜର୍ ନିଜର୍ ସାଧ୍ୟ ହିସାବେ ଭିନେ ଭିନେ କିସମର୍ ତୁନ୍-ତର୍କାରି ବି ବନେଇଥିସନ୍ । ନୁଆଁଚରା ଖାଇସାର୍ଲେ ଘରର୍ ସାନ୍ ମାନେ ବଡ୍ ମାନକୁ “ଜୁହାର-ମୁଡିଆ” ମାରିକରି ତାକର୍ ଠାନୁ ଆର୍ଶିବାଦ୍ ନେସନ୍ । ନୁଆଁଖାଇର୍ ଇ ତିହାରିଆ ମାହୋଲ୍ ଥି ଗାଁମାନକୁ ଭିନେ ଭିନେ ଖେଳ୍ କୁଦ୍ ଦେଖ୍ ବାରକେ ମିଲିଥିସି । ଗୁଡୁ, ଛୁର୍ ଆଦି ମୁନୁଷ୍ ପିଲାମାନେ ଖେଲିଥିସ୍ନ ।

ନୁଆଁଖାଇର୍ ବାସି ଆର୍ ତିଆସି ଦିନେ ଆର କିଛି ବିଶେଷ ପୁଜା ନାଇଁ ଥାଏ  । ସେ ଦିନ ଗାଁର୍ ପରାକେ ପରା ଶିକାର୍ କରାହଉଥିସି ଆର୍ ଲୋକ୍ ଖାଇ ପି କରି ମଉଜ୍ ମଜଲିସ୍ କର୍ସନ୍ । 

0
0
0
s2sdefault