ଲଲିତ ଜଗତ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘର ନୂତନ ଉପ ସଭାପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର,: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର  ଲଲିତ ଜଗତ ଜଣେ ଉଚ୍ଚ ଶିକ୍ଷିତ ତଥା ଲୋକ କଲାରେ ରାଜ୍ଯ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ରୁ ତାଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ବରଗଡ଼ ତରଫରୁ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଅଛି l ଶ୍ରୀ ଜଗତ  ଲୋକକଲା ର ବହୁମୁଖୀ ପ୍ରତିଭାଧାରୀ ଜଣେ ଗାୟକ, ବାୟକ, ନୃତ୍ୟ, କବି, ସାହିତ୍ୟକ, ଗୀତିକାର, ନାଟ୍ଯକାର ଓ ନିର୍ଦ୍ଦେଶକ । କଳା କ୍ଷେତ୍ରରେ ରାଜ୍ୟ ଓ ଜାତୀୟ ସ୍ତରରେ ଅଭିପ୍ସା ଅନୁଷ୍ଠାନ ତରଫରୁ ନାଟ୍ୟ  ରତ୍ନ, ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା (ସ୍କାଟ୍-ଓଡିଶା) ରୁ ଉପାଧି,ରାଜ୍ୟ  ପ୍ରତିଭା ଓ କଳାକାର ପଞ୍ଜୀକରଣ ସଂଘ, ଓଡ଼ିଶା (ଷ୍ଟାର୍ - ଓଡ଼ିଶା) ତରଫରୁ କଳିଙ୍ଗ ରତ୍ନ, ମନସ୍ଵିନୀ ଅନୁଷ୍ଠାନ ରୁ ମଞ୍ଚ ଗୌରବ ସମ୍ମାନ ଓ  ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ସ୍ଵର୍ଗତ ଅରୁଣ ଜେଟଲୀ ସ୍ମୃତି ସମ୍ମାନ ପାଇଛନ୍ତି l ଏମିତି ଅନେକ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା, ଉପାଧି, ସମ୍ମାନ ପାଇ ଏ ଅଞ୍ଚଳରେ ସଫଳ କଳାକାର ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି l ତାଙ୍କ ନିଜସ୍ଵ ର ରେଜିଷ୍ଟ୍ରି ଭୁକ୍ତ ଏକ ଫୋକ ଡ୍ୟାନ୍ସ "ଉପାୟ "ସାଂସ୍କୃତିକ ଅନୁଷ୍ଠାନ ଅଛି l ଅନେକ ଲୋକ ମହୋତ୍ସବ ରେ ଅଂଶ ଗ୍ରହଣ କରି ବହୁତ ପୁରସ୍କାର ପାଇଛନ୍ତି l ବର୍ତ୍ତମାନ ଏବେ ସେ ବିଭିନ୍ନ କଳା ସଂଘ ଓ ଅନୁଷ୍ଠାନରେ ରହି ସଫଳ ଭାବରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି l ଏ ଖବର  ପାଇ ପାଇକମାଲ ଅଞ୍ଚଳର ସମସ୍ତ କଳା ସଂଘ ଓ ପାଇକମାଳ ବ୍ଲକ କଳାକାର ମହାସଂଘ  ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l  ଏଥର ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ର ଉନ୍ନତି ହେବା ସଙ୍ଗେ ସଙ୍ଗେ ସମସ୍ତ କଳାକାର ମାନଙ୍କର ଠିକ୍ ଭାବେ ସଂସ୍କୃତି ବିଭାଗ ତରଫରୁ ସୁବିଧା ସୁଯୋଗ ପାଇପାରିବେ ,ଏହି ଆଶା ରଖି ମହା ସଂଘ ର ସଭାପତି ଶ୍ରୀ ପ୍ରେମ୍ ସାଗର ଫୌଜଦାର ,ମହାସଂଘର ସମସ୍ତ ସଭ୍ୟଙ୍କ ତରଫରୁ ଅଭିନନ୍ଦନ ଜଣାଇଛନ୍ତି  ।

0
0
0
s2sdefault