ହେଡଲାଇନସ୍:

ଟାଟା ଷ୍ଟିଲ୍ ୟାଟସ୍ ଦ୍ୱାଦଶ  ସଂସ୍କରଣ ବିଜେତାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୨୦ ବିଜେତାଙ୍କୁ ୨୦୧୯ ମେ’ରେ ଇସ୍ରୋ ପରିଦର୍ଶନରେ ନିଆଯିବ

 ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ପରିମାଣ ଗତବର୍ଷର ୩୨,୦୦୦ ତୁଳନାରେ ପାଖାପାଖି ଦୁଇ ଗୁଣ ବଢ଼ି ହୋଇଛି ୬୩,୦୦୦

ଭୁବନେଶ୍ୱର:  ଟାଟା ଷ୍ଟିଲର  ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ୨୦୧୮-୧୯ର ୧୨ତମ ସଂସ୍କରଣର ୨୦ ବିଜେତାଙ୍କୁ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍, ଭୁବନେଶ୍ୱର ଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକ ହେବା ପାଇଁ ଅଭିଳାଷ ରଖିଥିବା ବିଜେତା ଦଳ ମହାକାଶ ବିଜ୍ଞାନର ପ୍ରଥମ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବା ପାଇଁ ପ୍ରିମିୟର ଅନୁଷ୍ଠାନ  ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପରିଦର୍ଶନ କରିବାର ସୁଯୋଗ ପାଇବେ ।

ଡକ୍ଟର ଆନନ୍ଦ ହୋତା, ପ୍ରତିଷ୍ଠାତା ତଥା ନିର୍ଦେଶକ, ମୁମ୍ବାଇ ଭିତିକ ସଂସ୍ଥା ଆରଏଡି ଆଟ୍ ହୋମ୍, ଆଷ୍ଟେ୍ରାନୋମି କୋଲାବୋରେଟୋରି ଓ ପୁନେର ବରିଷ୍ଠ  ପ୍ରଫେସର, ଇଣ୍ଟର ୟୁନିଭର୍ସିଟି ସେଂଟର ଫର ଆଷ୍ଟ୍ରୋନୋମୀ  ଆଣ୍ଡ ଆଷ୍ଟ୍ରୋଫିଜିକ୍ସ, ପ୍ରଫେସର ତରୁଣ ସୌରଦୀପଙ୍କୁ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି ।

ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ୩୦୦ ସ୍କୁଲ୍ରୁ ପାଖାପାଖି ଦୁଇ ଗୁଣ ବୃଦ୍ଧି ସହିତ ୬୩,୦୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ, ଯାହା ୟାଟସ୍ ସ୍ଥାପିତ ହେବାର ୧୨ ବର୍ଷ ଇତିହାସ ଭିତରେ ଏକ ରେକର୍ଡ । ଏହି ପ୍ରତିଯୋଗିତାରେ ଗତବର୍ଷ ୩୨,୦୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ୨୦୧୮-୧୯ ବର୍ଷର ବିଷୟବସ୍ତୁ ଥିଲା “ମହାକାଶ ଅନ୍ୱେଷଣର ଭାବନା, ଆଜି ଠାରୁ ୫୦ ବର୍ଷ ପରେ” ଓ ଏହା ସହିତ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୋଲା-ଜୁଇଜ୍ ସମେତ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବନ୍ଧ ରଚନା ପ୍ରତିଯୋଗିତା ସାମିଲ ଥିଲା ।

ଏହି ଅବସରରେ ଶ୍ରୀଯୁକ୍ତ ବଦ୍ରି ନାରାୟଣ ପାତ୍ର, ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ଓଡ଼ିଶା ସରକାର, ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ଧଳ, ପ୍ରମୁଖ ସଚିବ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ଓଡ଼ିଶା ସରକାର, ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସାହୁ, ନିର୍ଦେଶକ, ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍, ଭୁବନେଶ୍ୱର, ଶ୍ରୀଯୁକ୍ତ ଚାଣକ୍ୟ ଚୌଧୁରୀ, ଉପ-ସଭାପତି, କର୍ପୋରେଟ୍ ସେବା, ଟାଟା ଷ୍ଟିଲ୍ ଓ ଶ୍ରୀଯୁକ୍ତ ଅରୁଣ ମିଶ୍ର, ଉପ-ସଭାପତି, କଂଚାମାଲଙ୍କ ସମେତ ଅନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିଲେ ।

ଶ୍ରୀ ଅରୁଣ ମିଶ୍ର, ଉପ-ସଭାପତି, କଂଚାମାଲ, ଟାଟା ଷ୍ଟିଲ କହିଛନ୍ତି ଯେ, “ଆମର ସଦ୍ୟତମ ଅଭିଯାନ “ୱି ଅଲ ସୋ ମେକ ଟୁମାରୋ ’’କୁ ଦୋହରାଇବା ଭାବନାକୁ ନେଇ ଗଠନ ହେବାକୁ ଥିବା ଏକ ଉତମ କାଲିର ପ୍ରତିବଦ୍ଧତା ପ୍ରତି  ପ୍ରତିଫଳନ ହେଉଛି ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ କାର୍ଯ୍ୟକ୍ରମ । ୟାଟସ୍ କୁ  ଅଧିକ ଅର୍ଥପୂର୍ଣ୍ଣ କରିବା ପାଇଁ ଆମେ ବିଶେଷଜ୍ଞ, ଗବେଷକ, ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦଳ ସହିତ ଜଡ଼ିତ ହେବାକୁ ଇଛା ରଖିଛୁ ଓ ରାଜ୍ୟରେ ଜ୍ୟୋତିର୍ବିଜ୍ଞାନ ମଂଚକୁ ନେଇ ମହାକାଶ ବିଜ୍ଞାନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ସହିତ କାମ କରିବୁ ।’’

ବିଜେତା ଓ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ଚାଣକ୍ୟ ଚୌଧୁରୀ, ଉପସଭାପତି, କର୍ପୋରେଟ୍ ସେବା, ଟାଟା ଷ୍ଟିଲ୍ କହିଛନ୍ତି ଯେ, “ବୈଜ୍ଞାନିକ ମାନସିକତା ଓ ଭାବନା ଥିବା ଲୋକମାନଙ୍କୁ ନେଇ ଆଗକୁ ବଢ଼ିବାରେ ଟାଟା ଷ୍ଟିଲ୍ର ଏକ ଲମ୍ବା ଇତିହାସ ରହିଛି । ତେଣୁ ଯୁବପିଢ଼ିମାନଙ୍କ ମଧ୍ୟରେ ଏକ ବୈଜ୍ଞାନିକ ଆଗ୍ରହ ଜାଗ୍ରତ କରିବାର ଆବଶ୍ୟକତାକୁ ଆମେ ଭଲ ଭାବେ ବୁଝିଛୁ ଯାହା ସେମାନଙ୍କ ସାମଗ୍ରିକ ବିକାଶ ଓ ଦେଶର ପ୍ରଗତିରେ ସହାୟକ ହେବ । ଆମେ ଆଶା କରୁଛୁ ଯେ ୟାଟସ୍ ଏହି ବୃହତର ସ୍ୱାର୍ଥକୁ ପୂରଣ କରିବ । ଟାଟା ଷ୍ଟିଲ୍ର ପ୍ରତିଟି ସଦସ୍ୟଙ୍କ ତରଫରୁ ମୁଁ ବିଜେତା ଓ ଅଂଶଗ୍ରହଣକାରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି ଓ ଆସନ୍ତା ମେ’ ମାସରେ ହେବାକୁ ଥିବା ଇସ୍ରୋ ପରିଦର୍ଶନରେ ଯେଉଁ ଜୀବନ ମାତ୍ର ଥରେ ମିଳବିକୁ ଥିବା ଅନନ୍ୟ ଶିକ୍ଷାକୁ ବିଜେତାମାନେ ପୂର୍ଣ୍ଣ ମାତ୍ରାରେ ବ୍ୟବହାର କରିବେ ବୋଲି ମୁଁ ଆଶା କରୁଛି ।’’

ୟାଟସ୍ ହେଉଛି ରାଜ୍ୟର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଟାଟା ଷ୍ଟିଲ୍ ତରଫରୁ ଏକ ସ୍ୱତନ୍ତ୍ର ଅଭିଯାନ ଯାହାକୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ଥିବା ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ସହଯୋଗରେ ଆୟୋଜନ କରାଯାଉଛି । ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସହିତ ବୈଜ୍ଞାନିକ ଓ ମହାକାଶଚାରୀ ହେବା ପାଇଁ ଯୁବ ମସ୍ତିଷ୍କଗୁଡ଼ିକୁ ଉତ୍ସାହିତ କରିବା ହେଉଛି ଏହାର ଲକ୍ଷ୍ୟ । ଏହା ରାଜ୍ୟର ଗ୍ରାମାଚଂଳ ଓ ଦୁର୍ଗମ ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଓ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଆଗକୁ ଆସିବା ପାଇଁ ସୁଯୋଗ ପ୍ରଦାନ କରୁଛି । ଭୁବନେଶ୍ୱରର ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ  ହେବାକୁ ଥିବା ଏହି ମେଗା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶ୍ରେଷ୍ଠ  ୬୦ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । 

ବିଗତ ୧୧ ବର୍ଷ ଭିତରେ ୟାଟସରେ  ରାଜ୍ୟର ୭୫ ହଜାରରୁ ଅଧିକ ବିଜ୍ଞାନରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ଓ ୧୪୦ ବିଜୟୀ ଛାତ୍ରଛାତ୍ରୀ ଭାରତରେ ଇସ୍ରୋର ଥିବା ବିଭିନ୍ନ ବ୍ୟବସ୍ଥା ପରିଦର୍ଶନ କରିଛନ୍ତି । 

0
0
0
s2sdefault