ହେଡଲାଇନସ୍:

ଜୀବନରୁ ମାରି ଦେବାର ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତକୁ ଜେଲ ଓ ଜୋରିମାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 


ବାରିପଦା(୨୦/୦୧)- ବାରିପଦା ଅତିରିକ୍ତ ଜିଲା ଓ ଦୌରା ଜଜ୍-୨ ସମର ବିଳାସ ବେହେରା ଆଜି ଜୀବନରୁ ମାରି ଦେବା ନିମନ୍ତେ ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଟିଆଁସୀ ଗ୍ରାମର ଗୁଡ଼ୁ ଭକ୍ତା(୪୩)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳକୋଡର଼୍ ଧାରା ୩୦୭ ଅନୁସାରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନା ଏବଂ ଏହା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ସେହିପରି ଧାରା ୩୨୪ରେ ଏକ ବର୍ଷ ସଶ୍ରମ, ଏକ ହଜାର ଟଙ୍କା ଲୋରିମାନା ଏବଂ ଅନାଦେୟରେ ଅଧିକ ୨ ମାସ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି । ଏହି ସମସ୍ତ ଦଣ୍ଡ ଏକକାଳୀନ ଲାଗୁ କରାଯିବ ବୋଲି ତାଙ୍କର ରାୟରେ ଦର୍ଶାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୪ ଅଗଷ୍ଟ ୧୫ ଭୋର ୫ଟା ସମୟରେ ମୋରଡ଼ା ଥାନା ଚିତ୍ରଡ଼ା ଅଞ୍ଚଳର ପୂର୍ଣ୍ଣ ଚନ୍ଦ୍ର ସାହୁ ନିଜର ବାଇକରେ ମୋରଡ଼ା ଥାନାର ବରକନ୍ଦସ୍ଥିତ ବଇଁଚଡିହା ଗ୍ରାମର ଧୀରେନ୍ଦ୍ର ଜେନାଙ୍କ ଘରେ ପହଁଞ୍ଚି ଧୀରେନ୍ଦ୍ରଙ୍କୁ ଖୋଜି ଥିଲେ । ଏହି ସମୟରେ ଘରେ ଧୀରେନ୍ଦ୍ର ଅନୁପସ୍ଥିତ ରହିଥିବାରୁ ତାର ସ୍ତ୍ରୀ ଅର୍ଚ୍ଚନା ଜେନା ସ୍ୱାମୀଙ୍କୁ ଡ଼କାଇ ପଠାଇଥିଲା ।  ଧୀରେନ୍ଦ୍ର ପହଁଞ୍ଚିବା ପରେ ଉଭୟେ ବାଇକରେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବଧିବଡ଼ାମପୁର ଗ୍ରାମକୁ ବାଉଁଶ ସଂଗ୍ରହ କରିବା ନିମନ୍ତେ ବାହାରି ଯାଇ ଥିଲେ । ମାତ୍ର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ସ୍ତ୍ରୀ ଅର୍ଚ୍ଚନା ତାର ସ୍ୱାମୀ ଧୀରେନ୍ଦ୍ରଙ୍କୁ କେହି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି ଏବଂ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସଗୋବିନ୍ଦପୁର ଥାନା ଅଧୀନରେ ଥିବା ବଧି ଗ୍ରାମ ନିକଟରେ ପଡ଼ିଛି ବୋଲି ଖବରପାଇବା ପରେ ସ୍ୱାମୀଙ୍କୁ ଦେଖିବା ନିମନ୍ତେ ଘଟଣା ସ୍ଥଳକୁ ଦୌଡ଼ି ଯାଇଥିଲେ । ସେଠାରେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସରେ ଧୀରେନ୍ଦ୍ରଙ୍କୁ ଚିକିତ୍ସା ନିମନ୍ତେ ରାସଗୋବିନ୍ଦପୁର ଡ଼ାକ୍ତରଖାନାକୁ ନେଇଆସିଥିଲେ । ଉକ୍ତ ଘଟଣାକୁ ନେଇ ଧୀରେନ୍ଦ୍ରଙ୍କ ସ୍ତ୍ରୀ ଅର୍ଚ୍ଚନା ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରି ପ୍ରତ୍ୟକ୍ଷ୍ୟଦର୍ଶୀମାନଙ୍କ ବୟାନ ଅନୁସାରେ ଟିଆଁସୀ ଗ୍ରାମର ଗୁଡ଼ୁ ଭକ୍ତା ଧୀରେନ୍ଦ୍ର ଜେନାଙ୍କୁ ଆକ୍ରମଣ କରିଥିବାର ପ୍ରମାଣ ପାଇବା ପରେ ତାଙ୍କ ନାମରେ ଥାନାରେ କେଶ ନଂ-୮୫/୨୦୧୫ରେ ଏକ ମାମଲା ରୁଜୁ କରାଯାଇ ଥିଲା । ଆଜି ଉକ୍ତ ମାମଲାରେ ରହିଥିବା ୧୨ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣକୁ ଭିତ୍ତି କରି କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ସରକାରଙ୍କ ପକ୍ଷରୁ ମୋକର୍ଦ୍ଧମାକୁ ଏପିପି ଏସ କେ ଦାସ ପରିଚାଳନା କରିଥିଲେ ।

0
0
0
s2sdefault