ହେଡଲାଇନସ୍:

ହାଇଦ୍ରାବାଦକୁ ଖସିପଳାଇ ଯାଉଥିବା ବେଳେ ଧରା ପଡିଗଲେ ୨ ଏଟିଏମ ଲୁଟେରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନଗଦ ୫୯ ହଜାର ୪ ଶହ ଟଙ୍କା ସହିତ ଏଟିଏମ କାର୍ଡ  ଓ ମୋବାଇଲ ଜବତ

ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ଟାଉନ ଥାନା ପୁଲିସ ସୋମବାର ୨ ଜଣ ଏତିମଏମ ଲୁଟେରା ହାଇଦ୍ରାବାଦକୁ ଖସିପଳାଇ ଯିବା ନିମନ୍ତେ ଉଦ୍ୟମ କରୁଥିବା ବେଳେ ବସଷ୍ଟାଣ୍ଡରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ୨ ଲୁଟେରା ମଧ୍ୟରେ ଜଣେ ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୧୩ ଶ୍ରୀପଦଗଞ୍ଜ ଅଞ୍ଚଳର ଅକ୍ଷୟ ମିଶ୍ର ଓରଫ ବିକି(୨୩) ରହିଥିବା ବେଳେ ଅନ୍ୟ ଜଣେ ୱାଡର଼୍ ନମ୍ବର ୧୨ ପ୍ରଫୁଲ୍ଲନଗରର ବୁଲେଟ ଓରଫ ମାନିକ୍ ସିଂ(୨୬) ରହିଛନ୍ତି । ଏମାନଙ୍କ ନାମରେ ବାରିପଦା ଟାଉନଥାନାରେ କେଶ ନଂ-୧୨/୧୮ ଅଣ୍ଡର ସେକସନ ୪୨୦/୩୪ ଆଇପିସି/ ସେକସନ ୬୬(ସି) ଆଣ୍ଡ (ଡ଼ି) ଅଫ ଆଇଟି ଆକ୍ତ-୨୦୦୦ ଅନୁସାରେ ଗିରଫ କରାଯାଇ ଥିଲା । ଏଥି ସହିତ ଏମାନଙ୍କ ନାମରେ ଥାନାରେ ପୂର୍ବରୁ କେଶ ନଂ-୧୧୬/୨୦୧୩ ଅଣ୍ଡର ସେକସନ ୩୭୯/୩୪ ଆଇପିସିରେ ମାମଲା ମଧ୍ୟ ରହିଅଛି । ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ସୋମବାର ରାତିରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଥିଲେ । ଏଥି ସହିତ ଅଭିଯୁକ୍ତମାନେ ଶୁଳିଆପଦା ଥାନା ଅନ୍ତର୍ଗତ ନାଉପଦା ଗ୍ରାମର ତଥା କୃଷି ବିଭାଗରେ ଓଭରସିଉର ଭାବେ କାର୍ଯ୍ୟକରୁଥିବା କମଳ ଲୋଚନ ଧଳ ଗତ ଜାନୁଆରୀ ୧୩ରେ ବାରିପଦା ସହରକୁ ମକର ନିମନ୍ତେ ଜିନିଷପତ୍ର କିଣାକିଣି କରିବାକୁ ଆସି ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ନିକଟରେ ଥିବା ଏଚଡ଼ିଏଫସି ଏଟିଏମରୁ ଟଙ୍କା ଉଠାଇବାକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ୨ ଜଣ ପହଁଞ୍ଚି ଏଟିଏମ ଖରାପ ରହିଛି କହି କମଳ ଲୋଚନକୁ ସହାୟତା କରିବେ ବୋଲି କହି ତାଙ୍କର ଏଟିଏମ କାଡର଼୍କୁ ନେଇ ଏଟିଏମରେ ଭର୍ତ୍ତି କରିବା ପରେ କୋଡର଼୍ ନମ୍ବର ଦବାଇବାକୁ କହିଥିଲେ ଓ ୫ ହଜାର ଟଙ୍କା ବାହାର କରି ଧରାଇ ଦେଇଥିଲେ  । ଏହି ସମୟରେ ଅଭିଯୁକ୍ତ ଅକ୍ଷୟ ମିଶ୍ର କୋଡର଼୍ ନମ୍ବରକୁ ମନେ ରଖି ନେଇ କମଳ ଲୋଚନଙ୍କୁ ଏସବିଆଇର ଏଟିଏମ କାଡର଼୍ ଫେରାଇବା ସମୟରେ କୌଶଳ କ୍ରମେ ବଦଳ କରାଇ ଅନ୍ୟ ଏକ ଏସବିଆଇର ଏଟିଏମ କାଡର଼୍ ଧରାଇ ଦେଇଥିଲେ । କମଳ ମଧ୍ୟ କାଡର଼୍ ଧରି ନିଜ ଘରକୁ ଫେରି ଯିବା ପରେ ୧୪ ତାରିଖ ସକାଳ ସମୟରେ ବ୍ୟାଙ୍କରୁ ଆସିଥିବା ମେସେଜରୁ ଜାଣିବାକୁ ପାଇଥିଲା ତାଙ୍କ ବ୍ୟାଙ୍କ ଜମା ଖାତାରୁ ୬୫ ହଜାର ଟଙ୍କା ଗାଏବ ହୋଇଯାଇଛି । ଏହା ମଧ୍ୟରୁ ୩୦ ହଜାର ଟଙ୍କା ଉଠାଯାଇଥିବା ବେଳେ ୩୫ ହଜାର ଟଙ୍କା ଟ୍ରାନ୍ସଫାର କରାଯାଇଛି । ଏ ବିଷୟକୁ ନେଇ କମଳ ଲୋଚନ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇ ଥିଲା ଏବଂ କମଳ ଲୋଚନର ବୟାନ ଅନୁସାରେ ପୁଲିସକୁ ଅଭିଯୁକ୍ତର ସନ୍ଧାନ ମିଳି ପାରିଥିଲା । ଏହି ସମୟରେ ଅଭିଯୁକ୍ତ ଦୁଇ ଜଣ ହାଇଦ୍ରାବାଦକୁ ଖସି ଯିବା ନିମନ୍ତେ ବେଡ଼ିପଟା ବାନ୍ଧି ଯାଉଥିବାର ଜାଣିବା ପରେ ସେମାନଙ୍କୁ ପୁଲିସ ଗିରଫ କରି ତଲାସୀ ନେବାରୁ ସେମାନଙ୍କ ନିକଟରୁ ନଗଦ ୫୯ ହଜାର ୪ ଶହ ଟଙ୍କା , ୨ଟି ବ୍ୟାଙ୍କ ପାଶ ବୁକ, ୨ଟି ଏଟିଏମ କାଡର଼୍ ସହିତ କମଳ ଲୋଚନଙ୍କ ଏଟିଏମ କାଡର଼୍ ଓ ଗୋଟାଏ ଏମଆଇ ମୋବାଇଲ ମିଳିଥିଲା । ପୁଲିସ ପକ୍ଷରୁ ଏହି ସମସ୍ତ ଜିନିଷକୁ ଜବତ କରାଯାଇଥିଲା ।



0
0
0
s2sdefault