ହେଡଲାଇନସ୍:

ନେସ୍କୋ ଏସଡିଓଙ୍କୁ ବାନ୍ଧି ଲୁଟିନେଲେ ଦୁଇ ଲକ୍ଷ ଟଙ୍କା ଓ ଲାପ୍ଟପ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାରିପଦା : Dillip Mohanty // ଡ଼ିସେମ୍ବର ୨୯ ଶୁକ୍ରବାର ବିଳମ୍ବିତ ରାତ୍ରିରେ ମୟୁରଭଞ ଜିଲ୍ଲା ଖୁଣ୍ଟା ଥାନା ବିଦ୍ୟୁତ ଉପଖଣ୍ଡ ନେସ୍କୋ କାର୍ଯ୍ୟାଳୟର କାନ୍ଥକୁ ଭାଙ୍ଗି ୫ରୁ ଅଧିକ ଡକାୟତ ଭିତରକୁ ପ୍ରବେଶ କରି ପ୍ରଥମେ ବିଭାଗୀୟ ଅଧିକାରୀ ଙ୍କୁ ଶୋଇଥିବା ଅବସ୍ଥାରେ ବାନ୍ଧି ଟଙ୍କା ରଖାଯାଇଥିବା ଆଇରନ ଚେଷ୍ଟ(ସିନ୍ଧୁକ)କୁ ତାଡି ସାଥୀରେ ନେଇଯିବା ସହିତ ଏକ ଲାପ୍ଟପ୍ ଓ ଅନ୍ୟାନ୍ୟ  ଜିନିଷ  ଲୁଟି ନେଇ  ଫେରାର ହୋଇଯିବା ବିଷୟକୁ ନେଇ ଖୁଣ୍ଟା ଥାନାରେ ବିଭାଗ ପକ୍ଷରୁ କରାଯାଇଥିବା ଅଭିଯୋଗରୁ ଜଣାପଡ଼ିଛି ।  ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଡକାୟତ ହେବାର କିଛି ସମୟ ପରେ ଖଣ୍ଟା ଥାନାକୁ ନେସ୍କୋକାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଖବର ପାଇବା ମାତ୍ରେ ପୁଲିସ ଘଟଣା ସ୍ଥଳକୁ ପହଁଞ୍ଚିଥିଲେ ସୁଦ୍ଧା ଡକାୟତକୁ ଧରିବାରେ ସକ୍ଷମ ହୋଇପାରି ନ ଥିଲେ ।
ଖୁଣ୍ଟାରେ ଥିବା ପ୍ରଦୋଷ କୁମାର ଦାଶଙ୍କ ଘରର ଉପର ମହଲାକୁ  ଭଡାରେ ନେଇ ବିଦୁ୍ୟତ୍ ଉପଖଣ୍ଡ  କାର୍ଯ୍ୟାଳୟ ଚାଲିଆସୁଥିଲା । ଗତ କାଲି ପାଖାପାଖି ରାତ୍ର ପ୍ରାୟ ଦେଢ଼ଟା ସମୟରେ ମାରଣାସ୍ତ୍ର ସହ ଡକାୟତ ମାନେ କାନ୍ଥ ଭାଙ୍ଗି ଭିତରକୁ ପ୍ରବେଶ କରି  ପ୍ରଥମେ ଏସଡିଓ ପ୍ରଶାନ୍ତ କୁମାର ମାନାଙ୍କୁ ଧମକ ଦେବାସହ  ଶୋଇଥିବା ଅବସ୍ଥାରେ ହାତ ଗୋଡ ବାନ୍ଧି ଦେବା ପରେ ତାଙ୍କ ନିକଟରେ ଥିବା  ମୋବାଇଲକୁ ଛଡାଇ ନେଇ ସେଥିରୁ ସିମ କାର୍ଡ ଓ ବ୍ୟାଟେରୀକୁ ବାହାରକରି ଫିଙ୍ଗି ଦେଇଥିଲେ । ଏହାପରେ ଟଙ୍କା ଥିବା ରୁମରେ ପଶି ସିମେଣ୍ଟ କାନ୍ଥକୁ ତାଡି ଭିତରେ ରହିଥିବା ସମସ୍ତ ଟାଙ୍କା ପଇସା ଓ କାଗଜପତ୍ର ସହିତ ଷ୍ଟିଲର ଆଇରନ ଚେଷ୍ଟ, ଲାପଟପ୍ ଓ ମନି ପର୍ସ ଆଦିକୁ  ଲୁଟି ନେଇ ଡ଼କାୟତମାନେ ଚମ୍ପଟ ମାରିବା ପରେ ଯାଉଥିବା ରାସ୍ତାର ଏକ ନିଛାଟିଆ ବିଲ ମଝିରେ ଆଇରନ ଚଷ୍ଟେକୁ ଭାଙ୍ଗି ଭିତରେ ଯାହାସବୁ ରହିଥିଲା ନେଇଯାଇ ଖାଲି ସିନ୍ଦୁକକୁ ସେଠାରେ ପକାଇ ଦେଇଯାଇଥିଲେ । ତଳେ ରହିଥିବା ଘର ମାଲିକ ବିଦୁ୍ୟତ୍ ବିଭାଗ କାର୍ଯ୍ୟାଳୟରେ ଡ଼କାୟତି ହୋଇଥିବାର ଜାଣିବା ପରେ ଖୁଣ୍ଟା ଥାନାକୁ ଖବର ଦେବାର କିଛି ସମୟ ବ୍ୟବଧାନରେ ପୁଲିସ କାର୍ଯ୍ୟାଳୟରେ ପହଁଞ୍ଚି  ଘର ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଏସଡିଓ ପ୍ରଶାନ୍ତ କୁମାର ମାନାଙ୍କୁ ଉଦ୍ଧାର କରିବା ପରେ ଡ଼କାୟତଙ୍କୁ ଧରିବା ନିମନ୍ତେ ନାକାବନ୍ଦୀ ମାଧ୍ୟମରେ ତଲାସୀ ଅଭିଯାନ ଚଳାଇ ଥିଲେ ଡକାୟତମାନଙ୍କର କୈାଣସି ସୁରାକ ପାଇପାରିନଥିଲେ । ଶନିବାର ପୂର୍ବାହ୍ନରେ ବାରିପଦାରୁ ଫରେନସିକ ଓ ସାଇଭ୍ଟିଫିକ୍ ଟିମ ସହିତ ସନ୍ଧାନୀ କୁକୁର ଆସି ତଲାସି କରି ଫେରିଯାଇଛି । ତେବେ ଖବର ଲେଖା ଯିବା ପର୍ଯ୍ୟନ୍ତ ପୋଲିସ ହାତ ଖାଲି ଥିବାର ଜଣାପଡ଼ିଛି ।

0
0
0
s2sdefault