ହେଡଲାଇନସ୍:

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା : ଅଭିଯୁକ୍ତ ଅବକାରୀ ସବଇନ୍ସପେକ୍ଟରଙ୍କୁ ଜେଲ ଓ ଜୋରିମାନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ଅବସର ପ୍ରାପ୍ତ ଅବକାରୀ ସବଇନ୍ସପେକ୍ଟର ତଥା ବାରିପଦା ସହରର ବିଜୟ ରାମଚନ୍ଦ୍ରପୁରର ରତ୍ନାକର ପଣ୍ଡାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ଲକ୍ଷ ଟଙ୍କା ଅର୍ଥଦଣ୍ଡ ଓ ଜୋରିମାନା ଅର୍ଥ ଅନାଦେୟରେ ଅଧିକ ଦେଢ଼ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏଥି ସହିତ ରତ୍ନାକର ପଣ୍ଡାଙ୍କର ଏହ୍ଲାବାଦ ବ୍ୟାଙ୍କରେ ଥିବା ୭୫ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଓ ବିଜୟ ରାମଚନ୍ଦ୍ରପୁରରେ ନିର୍ମାଣ କରିଥିବା ଏକ କୋଠାକୁ ସରକାର ନିଜ ଦଖଲକୁ ନେବା ପାଇଁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାଙ୍କର ରାୟରେ ଉଲ୍ଲେଖ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଅବସରପ୍ରାପ୍ତ ଅବକାରୀ ସବଇନ୍ସପେକ୍ଟର ରତ୍ନାକର ପଣ୍ଡା ବାରିପଦା ଅବକାରୀ କାର୍ଯ୍ୟାଳୟରେ ସବଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ଦୁର୍ନୀତିରେ ଉବୁଟୁବୁ ହେଉଥିବା ବିଷୟରେ ବହୁ ଅଭିଯୋଗ ଆସିଥିଲା । ଭିଜିଲାନ୍ସ ପକ୍ଷରୁ ବାରିପଦା ଭିଜିଲାନ୍ସ ୟୁନିଟରେ ତାଙ୍କ ବିରୋଧରେ(କେଶ ନଂ୧୬/୨୦୦୩) ଏକ ମାମଲା ରୁଜୁ କରାଯାଇଥିଲା ଏବଂ ତାଙ୍କର ଘର ଉପରେ ବାରିପଦା ଭିଜିଲାନ୍ସ ୟୁନିଟ ପକ୍ଷରୁ ୨୦୦୬ ମାର୍ଚ୍ଚ ୨୩ରେ ଛାପା ମରାଯାଇ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଯାଞ୍ଚ କରାଯିବା ପରେ ମୋଟ ୧୧ ଲକ୍ଷ ୫୬ ହଜାର ୭୭୮ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବାର  ପ୍ରମାଣ ମିଳି ଥିଲା । ଆଜି ଉକ୍ତ ମାମଲାରେ ରହିଥିବା ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ସରକାରଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣଚନ୍ଦ୍ର ଶତପଥୀ ମୋକର୍ଦ୍ଧମାକୁ ପରିଚାଳନା କରିଥିଲେ ।

0
0
0
s2sdefault