ହେଡଲାଇନସ୍:

ମାଦିଙ୍ଗ ଛକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା : ୬ ଗୁରୁତର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁବର୍ଣପୁରରୁ ପ୍ରକାଶ ହାତୀ/ ନୂଆପଡ଼ାରୁ ପ୍ରିୟବ୍ରତ ପଣ୍ଡା : ବୋୖଦ୍ଧ ଜିଲ୍ଳା 57 ନମ୍ବର ଜାତୀୟ ରାଜପଥ ରାଜପଥର ମାଦିଙ୍ଗ ଛକ ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ହୋଇଛି।ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5ଜଣ ଗୁରୁତର ଓ 10ରୁ ଅଧିକ ଆହତ ହୋଇଛନ୍ତି।ବସରେ 40ଜଣ ଯାତ୍ରୀ ଥିଲେ।ମୃତକ ଜଣକ ହେଲେ ଖଡ଼ିଆଲର ଶାରଦା ବଳ ବୋଲି ଜଣାପଡିଛି।ଗୁରୁତର ମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ଆହତଙ୍କୁ ପୁରୁଣା କଟକ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ଓ ବୋୖଦ୍ଧ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି।ଜୟମାତାଜୀ ନାମକ ଏଇ ଯାତ୍ରୀବାହୀ ବସଟି ଭୁବନେଶ୍ୱରରୁ ନୂଆପଡ଼ା ଜିଲ୍ଲାର ସିନାପାଲି ଫେରୁଥିଲା।ରାତି ପ୍ରାୟ 3ଟା ସମୟରେ ଏଇ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି।

 

0
0
0
s2sdefault