ହେଡଲାଇନସ୍:

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ପଂଚାୟତ ସିଆରିମାଳ ଗ୍ରାମର ଜଣେ ମହିଳା ବେକରେ ଚାଦର ଲଗାଇ ନିଜ ବାପା ଘର ଡେଙ୍ଗାପଦର ଗ୍ରାମରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି I ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ହେଉଛନ୍ତି ସିଆରିମାଳ ଗ୍ରାମର ମନୋଜ ନାଇକଙ୍କ ସ୍ତ୍ରୀ ସଜନୀ ନାଇକ (24) I ସଜନୀ ହେଉଛି ଡେଙ୍ଗାପଦର ଗ୍ରାମର ସୁଦର୍ଶନ ନାଇକଙ୍କ ଝିଅ I ପାଞ୍ଚବର୍ଷ ତଳେ ସଜନୀ ସିଆରୀ ମାଳ ର ମନୋଜକୁ ବିବାହ କରିଥିଲା I ମନୋଜ ସଜନୀର ଚରିତ୍ରକୁ ସନ୍ଦେହ କରିବା ସହିତ ବହୁ ସମୟରେ ସଜନୀକୁ ମାରଧର କରୁଥିଲା ବୋଲି ସଜନୀର ପରିବାର ଲୋକେ ଅଭିଯୋଗ କରିଛନ୍ତି I ଏଥିରେ ଅତିଷ୍ଠ ହୋଇ ଗତକାଲି ସନ୍ଧ୍ୟାରେ ସଜନୀ ନିଜର ଦୁଇ ବର୍ଷର ଝିଅକୁ ଧରି ନିଜ ବାପ ଘର ଡେଙ୍ଗାପଦର କୁ ଆସିଥିଲା I କିନ୍ତୁ ରାତିରେ ସଜନୀର ସ୍ୱାମୀ ମନୋଜ ନିଜର କିଛି ସମ୍ପର୍କୀୟଙ୍କ ସହ ଆସି ସ଼ଜନୀର ଝିଅକୁ ନିଜ ଘରକୁ ନେଇ ଯାଇଥିଲା ବେଳେ ସଜନୀ ନିଜ ବାପ ଘରେ ହିଁ ରହିଯାଇଥିଲା I ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ସଜନୀର ବାପା ସୁଦର୍ଶନ ଏବଂ ମାଆ ପ୍ରମିଳା କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଚାଲି ଯାଇଥିବା ବେଳେ ସଜନୀ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା I ଖବର ପାଇ ଗାଙ୍ଗପୁର ପୋଲିସ ପହଂଚି ଶବକୁ ଜବତ କରିବାସହ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି । ଗୁରୁବାର ଶବ ବେବଛେଦ ହେବ ବୋଲି ଜଣାପଡିଛି ।

0
0
0
s2sdefault