ହେଡଲାଇନସ୍:

ନଦୀରୁ ମୃତଦେହ ଉଦ୍ଧାର : ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ମଧ୍ୟାହ୍ନରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇଙ୍କୁ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଚେରେଙ୍ଗାଝାଞ୍ଜ ଗ୍ରାମର ଜଣେ ଟୁନା ମାଝୀ ନାମକ ଯୁବକ ତାର ପିତା ର ମୃତଦେହ ନିକଟସ୍ଥ ବରତୁଣ୍ଡା ଗ୍ରାମର ଏକ ନାଲା ରେ ଭାସୁଥିବା ଖବର ଦେଇଥିଲେ । ଖବର ପାଇବା ପରେ ଥାନା ଅଧିକାରୀ ଙ୍କର ନିର୍ଦ୍ଦେଶରେ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳକୁ ପହଂଚି ଭାସୁଥିବା ଅବସ୍ଥାରେ ମୃତକ ପୂର୍ଣ ମାଝୀ ( 55 )ଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏହାପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ପଠେଇ ଦେଇଥିଲେ ।
ପ୍ରାପ୍ତ ସୂଚନା ଅନୁସାରେ ମୃତକ ଗତ ରବିବାର ଦିନ ସନ୍ଧ୍ୟା ପ୍ରାୟ 5 ଟା ସମୟରେ ଘରୁ କେଉଁଆଡ଼େ ଚାଲି ଯାଇଥିଲେ । ପୋଲିସ ବିଭାଗର ଏଏସଆଇ ବୃନ୍ଦାବତୀ ଭୋଇ ଘଟଣାର ତଦନ୍ତ ଜାରି ରଖି ଥିବା ବେଳେ ଶବ ବ୍ୟବଚ୍ଛେଦ ର ରିପୋର୍ଟ ଆସିବା ପରେ ସବିଶେଷ ତଥ୍ୟ ଜଣା ପଡିବ ବୋଲି ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି

0
0
0
s2sdefault