ହେଡଲାଇନସ୍:

ଗିରଫ ଭୟରେ ପୁରୁଷ ଶୂନ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଗିରଫ ଭୟରେ ପୁରୁଷ ଶୂନ୍ୟ ହେଲା ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଡଙ୍ଗାସିଲ ଗାଁ । ପୋଲିସ ଗାଡ଼ି ଜାଳି ଦେଇଥିବା ଅଭିଯୋଗରେ ୬ଜଣଙ୍କୁ ଉଠାଇ ନେଇଛି ପୋଲିସ । ଗିରଫ ଭୟରେ ଗାଁରୁ ସବୁ ପୁରୁଷ ଚାଲିଯାଇଛନ୍ତି । ଗାଁଲୋକ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ଗାଁରେ ଦେଖାଦେଇଥିଲା ଉତ୍ତେଜନା । ପୋଲିସ ଗାଡିକୁ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ମଧ୍ୟ ଲାଠି ଚାଳନା କରିବାକୁ ପଡ଼ିଥିଲା । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଏକ ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ହେଲେ ଉତ୍ୟକ୍ତ ଲୋକେ ପୋଲିସ ଜିପକୁ ନିଆଁ ଲଗାଇ ଦେଇଥିଲେ । ଉତ୍ତ୍ୟକ୍ତ ଲୋକେ ଡଙ୍ଗାସିଲ ଫାଣ୍ଡି ଘେରାଉ କରିବା ସହିତ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ।

0
0
0
s2sdefault