ହେଡଲାଇନସ୍:

ସୋଲରୀ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଣପୁର/ଖୋର୍ଦ୍ଧା:(ସେକ୍ କୌସର)-ଆଜି ଭୋର ସମୟରେ ସୋଲରୀ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ବାଲୁଗାଁ ରେଳ ବିଭାଗ । ମୃତ ଯୁବକ ଜଣଙ୍କ ହେଲେ ବାଣପୁର କରେଞ୍ଜ ସାହିର ଧୁଶା ପରମାଣିକ ଙ୍କ ପୁଅ ଚିରଞ୍ଜିବୀ ପରମାଣିକ (୨୬) । ମୃତ ଯୁବକଙ୍କ ବାବା ଙ୍କ କହିବା ମୁତାବକ ଗତ ତିନି ଦିନ ହେବ ତାଙ୍କ ପୁଅ କୁଆଡେ ଯାଇଥିଲା , ଘରକୁ ଆସି ନଥିଲା । ହେଲେ ଆଜି ସକାଳ ଭୋର ସମୟରେ ତାଙ୍କ ପୁଅ ଚିରଞ୍ଜିବୀ ଟ୍ରେନ ଲାଇନ ରେ କଟି ମୃତ୍ୟ ବରଣ ଖବର ପାଇଥିଲେ । ସଙ୍ଗେ ସଙ୍ଗେ ବାଲୁଗାଁ ରେଳ ବିଭାଗ ପୁଲିସ ଦ୍ୱାରା ସୋଲରୀ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ମୃତ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରି ମୃତ ଯୁବକଙ୍କ ପରିବାର କୁ ହସ୍ତାନ୍ତର କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

0
0
0
s2sdefault