ହେଡଲାଇନସ୍:

ଅଙ୍ଗ ନଦୀରେ ଅଚିହ୍ନା ମୃତଦେହ ,ପରିଚୟ ଖୋଜୁଛି ଝାରବନ୍ଧ ପୋଲିସ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅମଠି ଗ୍ରାମ ଓ ପାଇକମାଲ ବ୍ଲକ ଚୁହାପଲି ଗ୍ରାମ ମଝିରେ ପ୍ରବାହିତ ହେଉଛି ଚିରସ୍ରୋତା ଅଙ୍ଗ ନଦୀ । ଆଜି ସକାଳୁ ଅମଠି ଗ୍ରାମର କିଛି ଗ୍ରାମବାସୀ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ନଦୀରେ ଭସମାନ ଅବସ୍ଥାରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ଗ୍ରାମକୁ ଆସି ପ୍ରଥମେ ପୋଲିସ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଖବର ପାଇବା ପରେ ଝାରବନ୍ଧ ପୋଲିସ ଓ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ତୁରନ୍ତ ଘଟଣା ସ୍ଥଳକୁ ପହଂଛି ଭାସୁଥିବା ମୃତଦେହ କୁ ନଦୀ ପଠା କୁ ଆଣିଥିଲେ । ମୃତଦେହ ଟି ଜଣେ ପୁରୁଷର ବୋଲି ଜଣା ପଡିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପରିଚୟ ମିଲି ନାହିଁ । ମୃତଦେହ କାହାର ଏ ନେଇ ଝାରବନ୍ଧ ପୋଲିସ ତରଫରୁ ଅନୁସନ୍ଧାନ ଆରମ୍ଭ ହୋଇଥିବା ବେଳେ । ଉଦ୍ଧାର ହୋଇଥିବା ମୃତଦେହ କୁ ବର୍ତ୍ତମାନ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ ବୋଲି ସୂଚନା ରହିଛି ।।

0
0
0
s2sdefault