ହେଡଲାଇନସ୍:

ଭ୍ୟାନ ଧକ୍କାରେ ଡାକ୍ତରଙ୍କ ମୃତ୍ୟୁ,ଘଟଣା ସ୍ଥଳରେ ଉତ୍ତେଜନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼, (ବିଶ୍ଵଜିତ ନାୟକ): ପୋଲିସ ଭ୍ୟାନ ଧକ୍କାରେ ଫିଜିଓଥେରାପି ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ରାସ୍ତାରୋକ ସମେତ ଉତ୍ତେଜନା ପ୍ରକାଶ ପାଇଛି । ନୟାଗଡ଼ ରୋଟାରୀ କ୍ଲବରେ ଫିଜିଓଥେରାପି ଡାକ୍ଟର ଭାବେ କାର୍ଯ୍ୟ କରୁଥିବା ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର (ମିଲନ) ଆଜି ନିଜ କାର୍ଯ୍ୟ ସାରି ଏକ ବାଇକ ଯୋଗେ ଖଣ୍ଡପଡା ଫେରୁଥିଲେ । ବରପଲ୍ଲୀ ଛକ ଠାରେ ଦ୍ରୁତ ଗତିରେ ଆସୁଥିବା ଏକ ପୋଲିସ ଭ୍ୟାନ ତାଙ୍କୁ ଧକ୍କା ଦେଇ ଘୋଷାଡି ଆଣିଥିଲା । ଘଟଣା ସ୍ଥଳରୁ ଭ୍ୟାନଟି ଗାୟବ ହୋଇଯାଇଥିଲା । ଘଟଣା ସ୍ଥଳରେ ଡାକ୍ତରଙ୍କର ମୃତ୍ୟୁ ଘଟିଥିଲା।ଖଣ୍ଡପଡ଼ା ବ୍ରାହ୍ମଣ ସାହିରେ କୃଷ୍ଣଚନ୍ଦ୍ରଙ୍କ ଘର । ପୋଲିସ ପକ୍ଷରୁ କୃଷ୍ଣଚନ୍ଦ୍ରଙ୍କୁ ଏକ ଅଟୋ ସାହାଯ୍ୟରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଶବବ୍ୟବଚ୍ଛେଦ ପାଇଁ ଅଣା ଯାଇଥିବା ବେଳେ ଉତେଜନା ପ୍ରକାଶ ପାଇଛି । ବରପଲ୍ଲୀ ଛକଠାରେ ରାସ୍ତା ରୋକ ହୋଇଥିବା ସୁଚନା ମିଳିଛି । ଖଣ୍ଡପଡାରେ ଶବ ବ୍ୟବଚ୍ଛେଦ ନକରି କାହିଁକି ନୟାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

0
0
0
s2sdefault