ହେଡଲାଇନସ୍:

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବତୀ ମୃତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବଲାରଙ୍ଗା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି lବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବତୀ ମୃତ୍ୟୁ ବରଣ କରିଛନ୍ତି | ମୃତକ ହେଲେ ଝିଲି ବଗର୍ତ୍ତୀ(୨୦) l ସୂଚନା ଅନୁସାରେ ତାଙ୍କ ଘରେ ଟେବୁଲ ଫ୍ୟାନ ଘୁରୁଥିବା ବେଳେ ଟେବୁଲ ଫ୍ୟାନକୁ ଧରିବାରୁ ସେଥିରେ ବିଦ୍ୟୁତ କରେଣ୍ଟ ଆସି ଆଘାତ ପାଇ ପଡ଼ିଯାଇଥିଲେ | ତାଙ୍କୁ ପରିବାର ଲୋକେ ତୁରନ୍ତ ବିନିକା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ | ହେଳେ ଡାକ୍ତର ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ବିନିକା ଥାନାରେ ଏକ ଅପମୃତ୍ୟ ମାମଲା ୠଜୁ ହୋଇଥିଲା | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି |ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ‌।

0
0
0
s2sdefault