ହେଡଲାଇନସ୍:

ବାଲିବୋ ବାଇପାସ୍ ରାସ୍ତା କଡ଼ରୁ ଅଜଣା ଗଳିତ ମୃତଦେହ ଠାବ, ଗ୍ରାମରେ ଆତଙ୍କ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଢେଙ୍କାନାଳ/ରବିନ୍ ଦାସ ; ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ବାଇପାସ୍ ରାସ୍ତା କଡ଼ରେ ଦେଖିବାକୁ ମିଳିଛି ଏକ ଅଜଣା ଗଳିତ ମୃତଦେହ । ମୃତକର ମୁଣ୍ଡ ପାଖରୁ ଛାତି ପର୍ଯ୍ୟନ୍ତ ଅଧା ଶରୀର ନଷ୍ଟ ହୋଇଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ମହିଳା ବସ୍ତ୍ର ପରିଧାନ କରିଥିବାରୁ ଏହା ଜଣେ ମହିଳାଙ୍କ ମୃତଦେହ ବୋଲି ଅନୁମାନ କରାଯାଉଛି ।ଗ୍ରାମବାସୀଙ୍କ କହିବାନୁଯାୟୀ ଦୁଇଦିନ ହେବ ଦୁର୍ଗନ୍ଧ ହେଉଥିଲା ହେଲେ ଆଜି ମୃତଦେହ ଦେଖିବାକୁ ମିଳିଛି । ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ବ୍ୟବଛେଦ ପରେ ସମ୍ପୁର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ଭୁବନ ଥାନାଧିକାରୀ ସୌଭାଗ୍ୟ ସ୍ବାଇଁ କହିଛନ୍ତି ।

0
0
0
s2sdefault