ଡିଭାଇଡର ସହ ଧକ୍କା ହୋଇ ବାଇକ୍ ଚାଳକ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଢେଙ୍କାନାଳ / ରବିନ୍ ଦାସ ; ପର୍ଜଙ୍ଗ ଓ କାମାକ୍ଷାନଗର ମଧ୍ୟରେ ଥିବା ବଡଝରା ଜାତୀୟ ରାଜପଥ ନିକଟରେ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ଆଜି ମଧ୍ୟାହ୍ନରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ୍ ଚାଳକ ଜଣଙ୍କ କାମାକ୍ଷାନଗର ଥାନା ଅନ୍ତର୍ଗତ ବଡ଼ବନ୍ଧ ସାହି ର ସ୍ମୃତିରଞ୍ଜନ ବଳ (୨୮ବର୍ଷ) ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ସ୍ମୃତି ପରଜଙ୍ଗ ବଜାର ରେ ଏକ ସିମେଣ୍ଟ ଓ ରଡ଼ ଦୋକାନ କରିଛନ୍ତି । ସବୁଦିନ ପରି ଆଜି ଦୋକାନ ବନ୍ଦ କରି ବାଇକ୍ ଯୋଗେ କାମାକ୍ଷାନଗର ଫେରୁଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଛନ୍ତି । ଦୁର୍ଭାଗ୍ୟବଶତଃ ବଡଝରା ନିକଟ ୫୩ ନଂ ଜାତୀୟ ରାଜପଥ ରାସ୍ତା ଡିଭାଇଡର କୁ ଧକ୍କା ଦେଇ ଗୁରୁତର ହୋଇଥିଲେ । ପରେ ସ୍ଥାନୀୟ ଲୋକ ଙ୍କ ଦ୍ଵାରା ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

0
0
0
s2sdefault