ହେଡଲାଇନସ୍:

ଚାଷ ବିଲରେ ଯୁବକଙ୍କ ଅକାଳ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର:ଚାଷ ଜମିରେ ଧାନ ତଳି ରୋଇବା ସମୟରେ ବିଲରେ ପଡି ଯୁବକଙ୍କ ଅକାଳ ମୃତ୍ୟୁ । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ଆରୁହା ପଞ୍ଚାୟତରେ । ସୂଚନା ମୂଳେ ପଞ୍ଚାୟତର ଗୋବିନ୍ଦବିନ୍ଧା ଗ୍ରାମର ଅଚିନ୍ତ ବିଶୋଇଙ୍କ ବଡ ପୁଅ ନାରାୟଣ ଆଜି ତାଙ୍କ ଚାଷ ଜମିରେ ଧାନ ବିହନ ରୁଆ କାର୍ଯ୍ୟ କରୁଥିଲେ । ବିଲରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ବିହନ ଯୋଗାଇ ଦେଉଥିବା ବେଳେ କୈଣସି କାରଣରୁ ବିଲରେ ପଡି ଅଚେତ ହୋଇଯାଇଥିଲେ । ବିଲରେ ଥିବା ଲୋକମାନେ ତାଙ୍କୁ ଅଚେତ ଅବସ୍ଥାରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ପରେ ତାଙ୍କର ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଥିଲା । ସନ୍ଧ୍ୟାରେ ତାଙ୍କର ମୃତ ଶରୀରକୁ ପରିବାର ପକ୍ଷରୁ ଶ୍ମଶାନରେ ଶେଷକ୍ରୀୟା ସମ୍ପନ୍ନ କରାଯାଇଥିଲା । ସେ ଜଣେ ମେଳାପୀ ଓ ପରପୋକାରୀ ବ୍ୟକ୍ତି ଥିଲେ । ତାଙ୍କର ଦୁଇ ଛୋଟ ଝିଅ ସମେତ ପତ୍ନୀ, ବାପା, ମା, ସାନଭାଇ ଅଛନ୍ତି । ତାଙ୍କର ଏପରି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

0
0
0
s2sdefault