ହେଡଲାଇନସ୍:

ଦୁଇଟି ଗୋରୁ ବୋଝେଇ ଗାଡ଼ି ସହିତ ଏକ କାର ଜବତ , ୫ ଜଣ ଗୋରୁ ମାଫିଆ ଅଟକ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଢେଙ୍କାନାଳ/ ରବିନ୍ ଦାସ ; ତୁମୁସିଙ୍ଗା ଥାନା ଅଞ୍ଚଳର କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ଗୋଦରବିଲି ଗାଁ ନିକଟରୁ ୨ଟି ଗୋରୁ ବୋଝେଇ ଗାଡି ସହିତ ଗୋଟିଏ କାରକୁ ଜବତ କରିଛି ତୁମୁସିଙ୍ଗା ପୋଲିସ । OR02BT9312 ନଂ ଥିବା ପିକପ୍ , OR02BF2014 କାର୍ ଓ OR14T7479 ନଂ ଥିବା ଏକ ଟାଟା ଏସି ଜବତ୍ ହୋଇଛି । ଏଥିସହିତ ୫ ଜଣ ଗୋରୁ ମାଫିଆଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ‌। ଗୋରୁ ମାଫିଆ ମାନେ ଏକ ପିକଅପ ଓ ଟାଟା ଏସି ଗାଡ଼ିରେ କାମାକ୍ଷାନଗରରୁ କଟକ ଅଞ୍ଚଳକୁ ବେଆଇନ ଗୋଚାଲାଣ କରୁଥିବା ବେଳେ ମାଡି ବସିଥିଲା ପୋଲିସ । ଦୀର୍ଘଦିନ ହେବ ଗୋଚାଲାଣରେ ସକ୍ରିୟ ଥିଲେ ଏହି ମାଫିଆ ଗ୍ରୁପ । ଏହି ଗ୍ରୁପ୍ ସମ୍ପର୍କରେ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରଖିଛି ତୁମୁସିଙ୍ଗା ପୋଲିସ ।

0
0
0
s2sdefault