ହେଡଲାଇନସ୍:

ଆମ୍ବଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଡୁଡୁକାବାହାଲ ପଞ୍ଚାୟତ ଅନ୍ତର୍ଗତ ବାଲିଆଖଡା ଗ୍ରାମ ନିକଟରେ ରାସ୍ତା କଡରେ ଥିବା ଆମ୍ବ ଗଛରେ ଏକ ଝୁଲନ୍ତାମୃତଦେହ ଦେଖିବାକୁ ମିଳିଛି ।ମୃତବ୍ୟକ୍ତି ଜଣକ ହେଉଛନ୍ତି ପଡାପାଡି ପଞ୍ଚାୟତଅନ୍ତର୍ଗତ କଂସାରିଗୁଡା ଗ୍ରାମର ବଡପାଇକ ଝୋଡିଆ ଙ୍କ ପୁଅ ତ୍ରିନାଥ ଝୋଡିଆ।ଗତକାଲି ମୃତକ ଜଣକ ନିଜ ଶଶୁର ଘର ଥୁଟିବର ଝୋଡିଆ ସାହି ଆସିଥିଲେ ।ଆଜି ସକାଳେ ଶୈଚହେବା ପାଇଁ ନିକଟସ୍ଥ ଝୋରଣାକୁ ଯାଇ ଆଉ ଫେରିନଥିଲେ ।ଗାଁ କିଛି ଯୁବକ ଝୁଲନ୍ତା ଅବସ୍ଥାରେ ଦେଖି ଶଶୁର ଘର ଲୋକଙ୍କୁ ଖବର ଦେଇଥିଲେ ।ଘର ଲୋକ ଆସି ଶୋବଟିକୁ ଚିହ୍ନଟ କରି ଟିକିରି ଥାନାକୁ ଖବର ଦେଇଥିଲେ ।ଖବରପାଇ ଟିକିରି ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକକା ଓ ଅନ୍ୟ କର୍ମଚାରୀ ଘୋଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ କାଶିପୁର ଗଷ୍ଟି ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

0
0
0
s2sdefault