ହେଡଲାଇନସ୍:

ଏମିତି ବି ମରଣ ଆସେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଖାଇପିଇ ଶୋଇବାକୁ ଯିବା ସମୟରେ ଟେବୁଲ ପଙ୍ଖା ଚଲେଇବା ପାଇଁ ଉଦ୍ୟମ କରୁଥିବା ସମୟରେ ହଟାତ କରେଣ୍ଟ ଲାଗି ମୂର୍ଛିତ ହୋଇ ପଡ଼ିଥିଲା । ମୂର୍ଛିତ ଅବସ୍ଥାରେ ଘରଲୋକେ ତୁରନ୍ତ ନେଇ ପହଞ୍ଚିଥିଲେ ଡାକ୍ତରଖାନାରେ , ହେଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଘଟିଛି ପାଇକମାଲ ଥାନା ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତ ର ଡୁଙ୍ଗୁରିପାଲି ଗ୍ରାମରେ ।
ଡୁଙ୍ଗୁରିପାଲି ଗ୍ରାମ ନିବାସୀ ସୂଦନ ଅଜଗର ଙ୍କର ଲିଖିତ ଅଭିଯୋଗ କ୍ରମେ ତାଙ୍କର 17 ବର୍ଷୀୟ ପୁତ୍ର ଲୋକେଶ ଅଜଗର ଙ୍କର ସହିତ ଘଟିଥିବା ଏହି ଅଘଟଣ ର ଖବର ପାଇ ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ବଢ଼େଇ ଙ୍କର ନିର୍ଦେଶ କ୍ରମେ ଶ୍ରୀ ବିଜୟ ଜୁମର କନ୍ଧେର ଘଟଣା ସ୍ଥଳ ମୁଆଇନ ଜରିବା ସହିତ ପଦ୍ମପୁର ଡାକ୍ତରଖାନା ପହଂଛି ବିଦ୍ୟୁତ ଆଘାତରେ ମୃତ ଲୋକେଶ ର ଶବ ମୁଆଇନ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଥିଲେ । ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ସାମାନ୍ୟ ଅସାବଧାନତା ପାଇଁ ଭେଣ୍ଡିଆ ପୁଅକୁ ହରାଇ ପରିବାର ବର୍ତ୍ତମାନ ମର୍ମାହତ । ଏହି ଘଟଣା କୁ ନେଇ ପାଇକମାଲ ଥାନାରେ ଅପମୃତ୍ୟୁ ମାମଲା 8/23 ରୁଜୁ କରି ଶ୍ରୀ କନ୍ଧେର ତଦନ୍ତ ଭାର ଗ୍ରହଣ କରିଥିବା ଥାନା ଅଧିକାରୀ ଙ୍କର ସୂତ୍ରରୁ ପ୍ରକାଶ ।

0
0
0
s2sdefault