ହେଡଲାଇନସ୍:

ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଆର.ଆଇ : ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଫିସର ଉପର ମହଲାରେ ଜଣେ କାର୍ଯ୍ୟରତ ଆରଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନିଶ୍ଚିତକୋଇଲି ତହସିଲ ଅଧୀନରେ ଥିବା ତରତ ସେକ୍ସନରେ ଆର ଆଇ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ଦାସ ତହସିଲ ଅଫିସ ଉପର ମହଲାରେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା l କେଉଁ କାରଣ ରୁ ଏହା ଘଟିଛି କାରଣ ଜଣାପଡିନାହିଁ । ତେବେ ଚାକିରୀରେ ବଦଳି ନେଇ କିଛିଦିନ ହେବ ସେ ମାନସିକ ଚାପରେ ଥିବା ସମ୍ଭବତଃ ସେଥିପାଇଁ ହୁଏତ ସେ ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ମୃତକର ଝିଅ କହିଛନ୍ତି। ତେବେ ପ୍ରକୃତରେ ଏହା ଏକ ଆତ୍ମହତ୍ୟା ବା ହତ୍ୟା ତାହା ଏବେ ରହସ୍ୟ ଘେରରେ। ସେପଟେ କାର୍ଯ୍ୟଳୟ ପରିସର ମଧ୍ୟରେ ସିସି ଟିଭି କ୍ୟାମେରା ଲଗାଯାଇ ଥିବା ବେଳେ ଉକ୍ତ ସିଶି ଟିଭିକୁ ଯାଞ୍ଚ ପରେ ପ୍ରକୃତ ସତ୍ୟା ସତ୍ୟ ଜଣା ପଡ଼ିବା ନେଇ କୁହାଯାଉଛି। ସେପଟେ
ନିଶ୍ଚିତକୋଇଲି ଥାନା ପୋଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଛି l ବିଶେଷ ସୂତ୍ରରୁ ସୂଚନା ମୁତାବକ ମୃତ ରାଜସ୍ୱ ନିରିଖ୍ୟକଙ୍କ ନାମ ସଞ୍ଜୟ ଦାସ ତେବେ ସଂଜୟ ଜଣେ ରାଜସ୍ୱ ନିରୀକ୍ଷକ ଥାଇ ମଧ୍ୟ ତାଙ୍କୁ ନିଶ୍ଚିନ୍ତକୋଇଲି ତହସିଲଦାର ଦୀର୍ଘ ଦିନ ହେବ କାର୍ଯ୍ୟଳୟରେ ଜଣେ ଷ୍ଟୋର କିପର ଭାବେ କାର୍ଯ୍ୟ କରାଉ ଆସୁଥିଲେ। ତେବେ ଏ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସଞ୍ଜୟ ଙ୍କ ପରିବାର ପକ୍ଷରୁ ଦାବି ହୋଇଛି l

0
0
0
s2sdefault