ହେଡଲାଇନସ୍:

ପତ୍ନୀଙ୍କୁ ମାରି ଜଳିଦେଲା ସ୍ୱାମୀ, ପୁଅ କଲା ଥାନାରେ ଅଭିଯୋଗ : ଅଧା ପୋଡା ମୃତଦେହ ଜବତ କଲା ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର଼-ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା କେରଜୁଳି ପଂଚାୟତ ବାଲିସାହିରେ ଘଟିଛି ଏଭଳିଆ ଅଭାବନୀୟ ଘଟଣା ଆଜି ଅପରାହନ ସମୟ ପ୍ରାୟ ୩ଟା ବେଳକୁ ସ୍ୱାମୀ ପତ୍ନୀଙ୍କୁ ହତ୍ୟା କରି ଘର ପାଖରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।ସୂଚନା ଅନୁସାରେ ଗାଁର ରଙ୍ଗବତୀ ଦାସ (୫୪ବର୍ଷ) ଙ୍କୁ ଆଜି ତାଙ୍କ ସ୍ୱାମୀ ନିରଞ୍ଜନ ଦାସ (୫୮ବର୍ଷ) ହତ୍ୟା କରି ଘର ପାଖରେ ନିଆଁ ଲଗାଇ ଦେଇଥିବା ତାଙ୍କ ପୁଅ ବିକାଶ ଦାସ (୨୦ ବର୍ଷ) କଙ୍କଡାହାଡ଼ ଥାନାରେ ଅଭିଯୋଗ କରିଛନ୍ତି ।ଘରଟି ଜଙ୍ଗଲ ପାଖରେ ଅଛି ଆଉ ଏକୁଟିଆ ଘର ମଧ୍ୟ ।ଅଭିଯୋଗ ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ କାମାକ୍ଷାନଗର ଏସ୍ଡିପିଓ ରଂଜନ କୁମାର ଦେ ,ଥାନା ଅଧିକାରୀଣୀ ନିର୍ମଳା ଗୁଚ୍ଛାୟତ ଓ ସାଇଣ୍ଟିଫିକ ଟିମ ଯାଇ ତଦନ୍ତ କରିଛନ୍ତି ।ଅଧା ପୋଡା ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲ ଆଣିବା ସହିତ ଏହା ଉପରେ ଅଧିକ ତଦନ୍ତ ଚାଲୁଥିବା ଏସ୍ଡିପିଓ କହିଛନ୍ତି ।ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣା ପଡିବ ବୋଲି କହିଛନ୍ତି ।ସ୍ୱାମୀ ଅଟକ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

0
0
0
s2sdefault