ହେଡଲାଇନସ୍:

ଚୋରୀ ଘଟଣାରେ ସଂପୃକ୍ତ ୩ ଚୋରଙ୍କୁ ଗିରଫ କଲା ପୋଲିସ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉମରକୋଟ-/ଜିତେନ୍ଦ୍ର ମହାନ୍ତି- ଉମରକୋଟ ଥାନ ଅଂଚଳରେ ବିଭିନ୍ନ ଚୋରୀ ଘଟଣାରେ ସଂପୃକ୍ତ ୩ ଚୋରଙ୍କୁ ଗିରଫ କରିବାରେ ସଫଳ ହେଇଛି ଉମରକୋଟ ପୋଲିସ। ଜେଲ ଯାଇଥିବା ୩ ଚୋର ହେଲେ ଅଞ୍ଚଳା UV- 23 ର ପ୍ରକାଶ ଦେଉଡି(୩୦), ନାୟକ ଗୁଡା UV-11 ର ପ୍ରଦୀପ ରାୟ (୩୦) ଓ ନୂଆ ଗୁଡା UV7 ଗ୍ରାମର ପ୍ରଣବ ଦେବନାଥ । ଏହି ୩ ଚୋର ଉମରକୋଟ ଥାନାରେ ବିଭିନ୍ନ ଅଞ୍ଚଳରେ ପାଣି ମୋଟର, ଲୁହା ପ୍ଲେଟ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ କରି ବିକ୍ରୀ କରି ଦେଉଥିବା ଉମରକୋଟ ପୋଲିସ ନିକଟରେ ଅଭିଯୋଗ ହେଉ ଥିଲା। ଗତ କାଲି ବିଳମ୍ବିତ ରାତିରେ ନୂଆଗୁଡା UV7 ଗ୍ରାମରେ ଜଣେ ଚାଷୀ ସଂଗ୍ରାମ ବୈଦ ଙ୍କ ଘରେ ମୋଟର ଚୋରି ହେଇଥିଲା ଓ ଉକ୍ତ ବ୍ୟକ୍ତି ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଉମରକୋଟ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ଏକ ଟିମ ପଠାଇ ଥିଲେ ଓ ଏହି ୩ ଚୋରଙ୍କୁ ସେମାନଙ୍କ ଘରୁ ବଡି ଭୋରୁ ଗିରଫ କରିଥିଲେ। ବର୍ତ୍ତମାନ ସୁଦ୍ଧା ବିକ୍ରି ପାଈଁ ରଖିଥିବା ୨ ଟି ପାଣି ମୋଟର ଉଦ୍ଧାର କରିଛି। ତଦନ୍ତ ଆଗକୁ ବଢିଲେ ଆହୁରି ସାମଗ୍ରୀ ଉଦ୍ଧାର ହେବ ବୋଲି ଘଟଣାର ତଦନ୍ତ ଅଧିକାରୀ ଏଏସଆଇ ଶୁକଦେବ ଛତ୍ରିଆ ସୂଚନା ଦେଇଛନ୍ତି । ଏହି ୩ ଚୋରଙ୍କ ବିରୋଧ ରେ ଉମରକୋଟ ଥାନାରେ ୧୦୧/୨୩ ରେ ମକଦ୍ଦମା ରୁଜୁ ହୋଇଛି।ଜବତ ହୋଇଥିବା ଦୁଇଟି ମୋଟର ମଧ୍ୟରୁ ଗୋଟିଏ ମୋଟର ସଂଗ୍ରାମ ବୈଦ ଙ୍କୁ ଫେରସ୍ତ କରାଯାଇଛି ଓ ଅନ୍ୟ ମୋଟର ଟି ଜଣେ ଚାଷୀଙ୍କର ହୋଇଥିବା ବେଳେ ଉକ୍ତ ଚାଷୀଙ୍କର ପରିଚୟ ମିଳିନାହିଁ ବୋଲି ମୋଟର ଟି ଥାନାରେ ରଖାଯାଇଛି।

0
0
0
s2sdefault