ହେଡଲାଇନସ୍:

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାରସକଣା ରୁ ଦିପୁ ମହାପାତ୍ର-ମୃତ୍ୟୁ ଏମିତି ବି ଆସେ । ପୁଅକୁ ନେଇ ଘରକୁ ଫେରିବା ବାଟରେ ଜଗି ବସିଥିଲା ଯମ ।ରାତି ପାହିଲେ ପରିବାରରେ ଥିଲା ବାହାଘର । ବନ୍ଧୁ ବାନ୍ଧବଙ୍କ ଲାଗିଥିଲା ଗହଳି ଚହଳି । ପରିବାର ବି ବେଶ ଖୁସିରେ ଥିଲେ । କିନ୍ତୁ ଖୁସିର ମୁହୂର୍ତ୍ତ ଉପରେ ଢାଙ୍କି ହୋଇ ଗଲା କଳା ବାଦଲ । ପୁଅକୁ ନେଇ ଘରକୁ ଫେରୁଥିବା ବେଳେ ୧୮ନଂ ଜାତୀୟ ରାଜପଥ ପୋଖରୀ ମୁଣ୍ଢାକୋଟା ନିକଟରେ ଅଜଣା ଗାଡି ଧୋକାରେ ଯୁବ ବ୍ୟବସାୟୀ ଶିବଶଙ୍କର ସାହୁଙ୍କ ମୃତ୍ୟୁ । ହୋଇଥିବା ବେଳେ ପୁଅ ଓ ସାଙ୍ଗ ବାରିପଦା PRM ମେଡ଼ିକାଲରେ ଚିକିତ୍ସା ଧୀନ ଅଛନ୍ତି । ସୂଚନା ମୁତାବକ ଗତକାଲି ସନ୍ଧ୍ୟା7.30ସମୟରେ ବାଇକ ଯୋଗେ ସାଙ୍ଗ ସୀମାନ୍ତ ମୁଣ୍ଢା ଓ ଶିବ ସାହୁ ପୁଅକୁ ଧରି ବାରିପଦାରୁ ଗାଁ କୁ ଫେରୁଥିବା ବେଳେ ଅଜଣା ଗାଡି ଧୋକା ଦେଇ ଘଟଣା ସ୍ଥଳରୁ ଗାଡିଟି ଫେରାର ହୋଇ ଯାଇଥିଲା । ତେବେଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ଅଟ ଯୋଗେ ପ୍ରଥମେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଚିକିତ୍ସିତ ହେବା ପରେ ଶିବଶଙ୍କର ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ବାରିପଦା PRM ମେଡ଼ିକାଲକୁ 108 ଯୋଗେ ସ୍ଥାନାନ୍ତର କରାଯାଇଥିଲା ତ ତେବେ ଆଜି ସକାଳ ୯.୩୦ ସମୟରେ ଯୁବ ବ୍ୟବସାୟ ଶିବଶଙ୍କର ସାହୁଙ୍କ  ମୃତ୍ୟୁ ଘଟିଛି । ତେବେ ସାରସକଣା ବଜାରରେ ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ କରିଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ କାନ୍ଦ ବୋବାଲିରେ ଫାଟି ପିଡୁଛି ଗାଁ ଦାଣ୍ଡ । 

0
0
0
s2sdefault